ଜିଲ୍ଲାସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଉଦଯାପିତ

ଖୋର୍ଦ୍ଧା (ଶୁଭ ଖବର ) ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ବହୁମୁଖୀ ଉପଯୋଗୀ ଆବାସ କେନ୍ଦ୍ର ୱାର୍ଡ ନମ୍ବର ୫ ରେ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଖାଦ୍ୟ ପ୍ରତିଯୋଗିତା ରେ ଖୋର୍ଦ୍ଧା ଜିଲ୍ଲା ର ୧୦ ଗୋଟି ବ୍ଲକ ଓ ୩ ଗୋଟି ସହରାଞ୍ଚଳ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୩ ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ ୧୨ ଜଣ ପ୍ରତିଯୋଗୀ ଏହି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରତାପଚନ୍ଦ୍ର ବେଉରା(ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା) ଏବଂ ଅନ୍ୟତମ ଅତିଥି ଭାବରେ କୁସୁମ କୁମାରୀ ପ୍ରହାରାଜ (ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଖୋର୍ଦ୍ଧା), ରାଜ ଗୋପାଳ ଦାସ (ଡେପୁଟି ସି.ଇ.ଓ ଓରମାସ୍‌, ଖୋର୍ଦ୍ଧା), ଅଲିଭା ବେହୁରା (ଅଧ୍ୟାପିକା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା) ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ ।


ପ୍ରତିଯୋଗିତା ରେ ବିଚାରକ ଭାବରେ ଡ଼କ୍ଟର ରୋଜାଘୋଷ (ଗବେଷିକା ଗୃହ ବିଜ୍ଞାନ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର), ରମେଶ ମିଶ୍ର(chef, Hotel Swosti Premium, Bhubaneswar) ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କର ଖାଦ୍ୟର ମାନ, ପୃଷ୍ଟିକର, ଶରୀର ଉପରେ ଖାଦ୍ୟର ପ୍ରଭାବ ଓ ପରିଷ୍କାର ପରିଚ୍ଛନ୍ନତା ତନ୍ନତନ୍ନ ଭାବରେ ନିରୀକ୍ଷଣ କରି ପ୍ରତିଯୋଗୀ ମାନଙ୍କ ଠାରୁ ପଚାରି ବୁଝିଥିଲେ ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କର ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବହୁତ ଭଲ ଥିଲା ବୋଲି ବିଚାରକ ମଣ୍ଡଳୀ ସେମାନଙ୍କ ଅଭିଭାଷଣ ରେ ଦୃଷ୍ଟି ଆକର୍ଷଣ କରିଥିଲେ.
ପ୍ରତିଯୋଗିତା ରେ ମା’ବରୁଣେଇ ସ୍ୱୟଂ ସହାୟକ ଗୋଷ୍ଠୀ, ଚିଲିକା ପ୍ରଥମ ସ୍ଥାନ, ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ବୋଲଗଡ ଦ୍ୱିତୀୟ ସ୍ଥାନ, ଛୋଟିସି ଆଶା ସ୍ୱୟଂ ସହାୟକ ଗୋଷ୍ଠୀ, ଭୁବନେଶ୍ୱର Urban-||| ତୃତୀୟ ସ୍ଥାନ ଅଧିକାର କରି ଟ.୧୦୦୦୦/-ଙ୍କା, ଟ. ୮୦୦୦/-ଙ୍କା, ଟ. ୬୦୦୦/-ଙ୍କା ଅର୍ଥରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି. ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ଅନ୍ୟ ୯ ଜଣ, ସ୍ୱୟଂସହାୟକ ଗୋଷ୍ଠୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନ୍ତ୍ୱନା ମୂଳକ ଟ. ୨୦୦୦/-ଙ୍କା ର ଅର୍ଥରାଶି ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମ କୁ ନିରଞ୍ଜନ ମଲ୍ଲିଳ, ଜିଲ୍ଲା ପ୍ରକଳ୍ପ ସାଂଯୋଜକ, ମିଶନ ଶକ୍ତି, ଖୋର୍ଦ୍ଧା ସଫଳତା ର ସହିତ ପରିଚାଳନା କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ବି.ପି.ସି  ଓ  ବ୍ଲକ ପ୍ରକଳ୍ପ ସହାୟକମାନେ ସହଯୋଗ କରିଥିଲେ. କାଯ୍ୟକ୍ରମ ଶେଷରେ ନମିତା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସହାୟକ, ଖୋର୍ଦ୍ଧା ସମସ୍ତ ଅତିଥି, ପ୍ରତିଯୋଗୀ ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କାଯ୍ୟକ୍ରମ ରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ସୁପରଭିଜନ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *