ପିଲାମାନଙ୍କ ବୌଦ୍ଧିକ ବିକାଶ କରେ ସୁରଭି

ଖୋର୍ଦ୍ଧା ,(୧୩/୧୦):- ବେଗୁନିଆ ବ୍ଲକ୍ ଅଧିନସ୍ଥ ପଙ୍ଗାରସିଂହ ଦଧିବାମନ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି -୨୦୨୫ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାମାନନ୍ଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବସନ୍ତ ମୁଥମାଝୀ, ପରିଚାଳନା କମିଟି ଅଧ୍ୟକ୍ଷ  ସଞ୍ଜୟ ଦାସ, ଶିକ୍ଷକ ସୌମ୍ୟରଞ୍ଜନ ମାଝୀ, ବରିଷ୍ଠ ଶିକ୍ଷକ ଶିଶିର କୁମାର ମହାପାତ୍ର, ବିଶ୍ୱଜିତ ପଟ୍ଟନାୟକ, ଗଙ୍ଗାଧର ବେହେରା,ବିଜ୍ଞାନ ଶିକ୍ଷକ କିଶୋର ପ୍ରଧାନ ପ୍ରମୁଖ ଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରାକ୍ତନ ସ୍ବାସ୍ଥ୍ୟ କର୍ମୀ ସୁବାସ ଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା କବି ତଥା ଶିକ୍ଷାବିତ୍ ଗଙ୍ଗାଧର ଓଝା, ସମ୍ମାନିତ ଅତିଥି ପ୍ରାକ୍ତନ ଶିକ୍ଷକ ବାବୁଲି ଦାସ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏ ପଦକ୍ଷେପ କୁ ସ୍ୱାଗତ ଜଣାଇଥିଲେ ।

ଶିକ୍ଷକ ଅଖିଳେଶ ମହାପାତ୍ର ପରିଚାଳନା କରିଥିବା ବେଳେ ସ୍ୱାଗତିକା ପଣ୍ଡା, ଗଗନ ସ୍ଵାଇଁ, ସାହିସ୍ତା ଫିର୍ଦୋସ, ପି ବିଜୟଲକ୍ଷ୍ମୀ, ବୁବୁ ଜେନା, ଅନାମ ପରିଡ଼ା ଙ୍କ ସମେତ କ୍ଲଷ୍ଟର ର ଶିକ୍ଷକ ଶିକ୍ଷିକାମାନେ ସହଯୋଗ କରିଥିଲେ l ବିଭିନ୍ନ ପ୍ରତିଯୋଗୀତା ଭାଷଣ, ବକୃତା, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, ପିଏମ୍ ପୋଷଣ, ସଂଗୀତ ଇତ୍ୟାଦି ପ୍ରତିଯୋଗୀତା ସହିତ ସାଂସ୍କୃତିକ କାର୍ଯକ୍ରମ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା l ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଶଂସାପତ୍ର ଓ କପ୍ ସିଲ୍ ପ୍ରଦାନ କରଯାଇଥିଲା ।

ଶିକ୍ଷା ସହିତ ବିଭିନ୍ନ ପ୍ରତିଯୋଗୀତା ଆମକୁ ଆଗକୁ ନେବ ଓ ବୌଦ୍ଧିକ ବିକାଶ କରିବ ବୋଲି ମୁଖ୍ୟ ଅତିଥି ମହାପାତ୍ର ମତବ୍ୟକ୍ତ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *