ଭୁଲ ଇଞ୍ଜେକସନ ନେଇ କଲେଜ ଛାତ୍ରର ମୃତ୍ୟୁ ଘଟଣା …..

୧୬ଦିନ ପରେ ବି ପୋଲିସ ହାତ ଖାଲି

ବୁଝିହେହୁନି କଣ ରହିଛି ପୋଲିସ ଅନୁକମ୍ପା ର କାରଣ ?

କେବେ ମିଳିବ ନ୍ୟାୟ ..ଅପେକ୍ଷା ରେ ମୃତକ ର ପରିବାର

ଖୋର୍ଦ୍ଧା, (୦୮/୧୦):- ଭୁଲ ଇଞ୍ଜେକସନ ନେଇ କଲେଜ ଛାତ୍ରର ମୃତ୍ୟୁ ଘଟଣାକୁ ନେଇ ୧୬ଦିନ ବିତିଯାଇ ଥିଲେ ମଧ୍ୟ ନକଲି ଡାକ୍ତରକୁ ଗିରଫ କରୁନି ବୋଲଗଡ଼ ପୋଲିସ କଣ ରହିଛି ଏହା ପଛର ରହସ୍ୟ କିଛି ବୁଝିହେହୁନି କଣ ରହିଛି ପୋଲିସ ଅନୁକମ୍ପା ର କାରଣ?। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଳକ ସଦର ମହକୁମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ବେଆଇନ ପାଥୋଲାବ କରି ବହୁ ବର୍ଷ ଧରି ରୋଗୀଙ୍କୁ ଶୋଷଣ କରିଆସୁଥିବା ସୁରଜ ପାଥୋଲାବ ଓ ମେଡିସିନି ଷ୍ଟୋରର ମାଲିକ ଇଲିୟାସ୍ ଖାଁ ବିରୁଦ୍ଧରେ ଅଭିଯୋଗ ଥିଲେ ମଧ୍ୟ ଗିରଫ କରୁନି ବୋଲଗଡ଼ ପୋଲିସ୍ ! ସୂଚନା ଅନୁସାରେ ଗତମାସ ୨୩ତାରିଖ ସକାଳେ ନିକଟସ୍ଥ କଳ।ଙ୍ଗ  ପଞ୍ଚାୟତ ଅନ୍ତର୍ଗତ ମାଳିସାହି ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନପୁଅ ବିଷ୍ଣୁପ୍ରସାଦ ମହାପାତ୍ର(୧୯) ଙ୍କ ଜ୍ଵର ହେବାରୁ ରକ୍ତ ପରୀକ୍ଷା ପାଇଁ ଇଲିୟାସଖାଁଙ୍କ ନିକଟକୁ ବଡ଼ଭାଇ ସହ ଆସିଥିଲେ ! ସେଠାରେ ରକ୍ତ ପରୀକ୍ଷା ପରେ ଇଂଲିୟାସ ବାବୁ ନକଲି ଡାକ୍ତର ସାଜି ଏକ ଭୁଲ ଇଞ୍ଜେକ୍ସନ ଦେବାରୁ ୧୦ମିନିଟ ମଧ୍ୟରେ ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହେଉଛି । ତା ପରଦିନ ମୃତ ଯୁବକର ପିତା ସନ୍ତୋଷ ମହାପାତ୍ର ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଥାନା କେସନଂ- ୨୧୯/୨୦୨୫ ରେ ମକଦ୍ଦମା ରୁଜୁ କରାଯାଇଥିଲା । ଥାନାର ଏସ୍.ଆଇ ଲିଲିପାଢ଼ୀ ତଦନ୍ତକାରୀ ଅଧିକାରୀ ଭାବେ ଗତ୨୫ ତାରିଖରେ ଘଟଣାସ୍ଥଳ ଅର୍ଥାତ୍ ସୁରଜପାଥାଲାବ ଓ ମେଡିସିନଷ୍ଟୋରକୁ ଯାଇ ଏବଂ ମାଲିକ ଇଲିୟାସଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ ! ଏହାପରେ ସ୍ୱାସ୍ଥ୍ୟ ବିଭାଗର ଏକ ୪ଜଣିଆ ଟିମ୍ ସୁସାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆସି ସି.ସି.ଟିଭି , ରକ୍ତ ପରୀକ୍ଷା ରିପୋର୍ଟ, ଙ୍କପ୍ୟୁଟର, ପ୍ରଭୁତିଯାଞ୍ଚ କରି ସମସ୍ତ ତଥ୍ୟ ସଂଗ୍ରହ କରି ଘଟଣା ସତ୍ୟ ଥିବାର ପ୍ରମାଣ ପାଇଥିଲେ। ଏହି ଘଟଣାପରେ ନିଜର ପାଥୋଲାବ ଓ ମେଡିସିନ ଷ୍ଟୋର କୁ ବନ୍ଦକରି ସେହିଦିନ ଠାରୁ ଭଲିୟାସ ଫେରାର ଅଛନ୍ତି, ଘଟଣାକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ଏହାକୁ ନେଇ ବୋଲଗଡ଼ ପୋଲିସର କାର୍ଯ୍ୟକଳାପ ଉପରେ ଜନ ସାଧାରଣ ଙ୍କ ସନ୍ଦେହ ଉପୁଜିଛି । ତୁରନ୍ତ ନକଲି ଡାକ୍ତରଙ୍କୁ ଗିରଫ ପାଇଁ ମୃତ ଯୁବକଙ୍କ ପରିବାର ଓ ଗ୍ରାମବାସୀ ପକ୍ଷରୁ ଦାବୀ ହେଉଥିବା ସତ୍ତ୍ୱେ ନୀରବ ଅଛି ପ୍ରଶାସନ। ଯଦି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନ ନିଆଯିବ ତେବେ ଆଗାମୀ ଦିନରେ ପରିବାର ଓ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଉଚ୍ଚ କର୍ତୃପକ୍ଷଙ୍କୁ ଅଭିଯୋଗ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।

ରିପୋର୍ଟ :- ପ୍ରସନ୍ନ କୁମାର ସ୍ୱାଇଁ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *