ବିଦ୍ୟାଳୟ ର ନାମ ପରିବର୍ତ୍ତନ ଦାବି ତେଜିଲା
ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତି ଉତ୍ସଵ ପାଳନ କରାଯିବ
ଖୋର୍ଦ୍ଧା :- ବେଗୁନିଆ ବ୍ଲକ୍ ଅନ୍ତର୍ଗତ ପୋଡ଼ାଡିହ ସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଜନତା ବିଦ୍ୟା ପୀଠ ର ୧୯୯୨ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆରାଧ୍ୟା ଦେବୀ ମା ମଙ୍ଗଳା ଙ୍କ ପବିତ୍ର ପୀଠ ରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ୧୯୯୨ ବ୍ୟାଚ ର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇ ବିଦ୍ୟାଳୟ ର ଉନ୍ନତି କଳ୍ପେ ଏକ ସମୂହ ଆଲୋଚନା ହୋଇଥିଲା । ବିଦ୍ୟାଳୟ ର ନାମ ଏବେ ପୋଡ଼ାଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଛି ଏହା ଏକ ଦୁଃଖ ଓ ପରିତାପ ର ବିଷୟ । ଏହି ବିଦ୍ୟାଳୟ ଗଠନ ରେ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଙ୍କ ସହ ଗାଁ , ଅଞ୍ଚଳ ବାସି ଓ ସାଧାରଣ ଜନତାଙ୍କ ଙ୍କ ପ୍ରମୁଖ ସହଯୋଗ ରେ ୫୦ ବର୍ଷ ପୂରଣ ହେବାକୁ ଯାଉଛି ।

ତେଣୁ ଉକ୍ତ ବିଦ୍ୟାଳୟ ର ନାମ ଜନତା ସରକାରୀ ଉଚ୍ଚବିଦ୍ୟାଳୟ,ପୋଡ଼ାଡିହ ନାମରେ ନାମିତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ତେଣୁ ସମସ୍ତ ଉତ୍ତୀର୍ଣ୍ଣ ବ୍ୟାଚ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକାଠି ହେବା ଦରକାର ଓ ଏହାକୁ ସରକାରଙ୍କ ନିକଟ ରେ ଉପସ୍ଥାପନା କରିବା ସହ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣଜୟନ୍ତି ଉତ୍ସଵ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା।

ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଏକାଠି ହୋଇ ଉପରୋକ୍ତ ଦୁଇଗୋଟି ପ୍ରସ୍ତାବ କୁ ବିଚାରକୁ ନେଇ ସମସ୍ତେ ଏକାଠି ହେବାପାଇଁ ଏହି ବ୍ୟାଚ୍ଚ ପକ୍ଷ ରୁ ଆହ୍ବାନ ଦିଆଯାଇଛି।ତେଣୁ ସମସ୍ତ ଛାତ୍ର ଛାତ୍ରୀ ଏକାଠି ହେବା ଦରକାର। ୧୯୯୨ ଵ୍ୟାଚ ର ଏତାଦୃଶ ସ୍ବାଗତଯୋଗ୍ୟ ନିଷ୍ପତି କୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସ୍ଵାଗତ କରିବା ସହ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ରେ ଆଲୋଡନ ସୃଷ୍ଟି ହୋଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now