ଏ ବର୍ଷ ର ଶ୍ରେଷ୍ଠ ନାଟକ”ସ୍ବାମୀ ପାଇଁ ପଛେ ନର୍କ କୁ ଯିବି “

ରାଜ୍ୟ ସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ

ମା ବାଉତି ଯୁବ ନାଟ୍ୟ ପରିଷଦ, ପତନିବର ସମ୍ବର୍ଦ୍ଧିତ

ଖୋର୍ଦ୍ଧା ,(୦୨/୧୦):- ବେଗୁନିଆ ବ୍ଲକ ପୋଡ଼ଡିହ ର ହରପାର୍ବତୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ବିଗତ ବର୍ଷ ମାନଙ୍କ ଭଳି ଏ ବର୍ଷ ଆୟୋଜିତ ରାଜ୍ୟ ସ୍ତରୀୟ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପବିତ୍ର ମହାଷଷ୍ଠୀଠାରୁ ଉଦ୍ଘାଟିତ ହୋଇ ପବିତ୍ର ବିଜୟାଦଶମୀ ଅବସରରେ ଉଦଯାପିତ ହୋଇଯାଇଛି ।



ଅନୁଷ୍ଠାନ ର ସଭାପତି ଶିକ୍ଷାବିତ ରାମଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ବେଗୁନିଆ ର ଲୋକପ୍ରିୟ ନେତା ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବେଗୁନିଆ ଭାସ୍କର ଲେଙ୍କା, ସମ୍ମାନିତ ଅତିଥି ରୂପେ ଯୁବ ବ୍ୟବସାୟୀ ମାନସ ବେହେରା, ପୋଡ଼ାଡିହ ସେବା ସମବାୟ ସମିତି ସଭାପତି ସୁଦର୍ଶନ ମାଣିକ, ସରପଞ୍ଚ ଲତା ସେଠୀ, ସମିତି ସଭ୍ୟ ଅଲେଖ ବେହେରା, ପ୍ରଭାକର ମହାନ୍ତି,ବାଉରୀ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନରସ ଅପ୍ ନାଟ୍ୟ ସଂସ୍ଥା କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଛନ୍ତି ।



ସୂଚନା ଯୋଗ୍ୟ ଯେ , ଏହି ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ରେ ଓଡ଼ିଶା ର ୪ଗୋଟି ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ ଯୋଗଦେଇଥିଲେ । ମହାଷଷ୍ଠୀ ରେ ପବିତ୍ର ଉଦ୍ଘାଟନୀ ରେ ବାବା ନୀଳକଣ୍ଠେଶ୍ଵର ନାଟ୍ୟ ସଂସ୍ଥା , ଘଟିକିଆ ର ନାଟକ ” କିଏ ପୋଛି ଦେବ ଆଖିର ଲୁହ, ଦ୍ଵିତୀୟ ରଜନୀ ରେ ବାବା ଲୋକନାଥ ଦେବ ସାଂସ୍କୃତିକ ଅନୁଷ୍ଠାନ କୁଞ୍ଜୁରି ଦ୍ଵାରା” ହା କୃଷ୍ଣ ବୋଲି ଯାଉ ଜୀବ”, ତୃତୀୟ ରଜନୀ ରେ ଲୋକନାଥ ଦେବ ସାଂସ୍କୃତିକ ଅନୁଷ୍ଠାନ, ପତନିବର ଦ୍ଵାରା”ସ୍ବାମୀ ପାଇଁ ପଛେ ନର୍କ କୁ ଯିବି “, ନାଟ୍ୟାନ୍ତର ନାଟ୍ୟ ଅନୁଷ୍ଠାନ, ଭୁବନେଶ୍ଵର ଦ୍ଵାରା ନାଟକ “ବିଧାତା ର ଖେଳ” ମଞ୍ଚସ୍ଥ ହୋଇ ଯାଇଛି ।



ହର ପାର୍ବତୀ ନାଟ୍ୟ ସଂସଦ ଦ୍ଵାରା ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସଵ ରେ ସମସ୍ତ ଚାରିଗୋଟି ନାଟ୍ୟ ସଂସ୍ଥା ଉତ୍ତମ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଔପଚାରିକତା ଦୃଷ୍ଟି ରୁ ବରିଷ୍ଠ ବିଚାରକ ମଣ୍ଡଳୀ ଙ୍କ ବିଚାର ରେ ଦୁଇଟି ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଛି ।


ଏ ବର୍ଷ ର ଶ୍ରେଷ୍ଠ ନାଟକ “ସ୍ବାମୀ ପାଇଁ ପଛେ ନର୍କ କୁ ଯିବି ” ଓ ପ୍ରଯୋଜକ ଅନୁଷ୍ଠାନ ମା ବାଉତି ଯୁବ ନାଟ୍ୟ ପରିଷଦ, ପତନିବର ଓ ଦ୍ଵିତୀୟ ଶ୍ରେଷ୍ଠ ନାଟକ ର ପ୍ରଯୋଜକ ବାବା ନୀଳକଣ୍ଠେଶ୍ଵର ନାଟ୍ୟ ସଂସ୍ଥା , ଘଟିକିଆ ର ନାଟକ ” କିଏ ପୋଛି ଦେବ ଆଖିର ଲୁହ,  ବିଭିନ୍ନ ଅନୁଷ୍ଠାନ ର ଶ୍ରେଷ୍ଠ କଳାକାର ଓ ଆମ ଅଞ୍ଚଳ ର କୁନି କୁନି ପ୍ରତିଭା ମାନଙ୍କୁ  ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ଓ ଉପସ୍ଥିତ ଅତିଥି ବୃନ୍ଦ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । 


ପୁରସ୍କାର ବିତରଣ ପରେ ହର ପାର୍ବତୀ ନାଟ୍ୟ ସଂସଦ ଦ୍ଵାରା ପ୍ରଯୋଜିତ ଲକ୍ଷ୍ମୀଧର ପ୍ରଧାନ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ବହୁ ପ୍ରତିକ୍ଷିତ ନାଟକ “ବାବୁ ମୁଠେ ଭିକ ଦିଅ” ମଞ୍ଚସ୍ଥ ହୋଇଯାଇଛି ।

ଶିକ୍ଷକ ପଠାଣି ସାହୁ ଙ୍କ ମଞ୍ଚ ସଂଯୋଜନା, ହର ପାର୍ବତୀ ନାଟ୍ୟ ସଂସଦ ର ସଭ୍ୟ ମାନଙ୍କର ସକ୍ରିୟ ପରିଚାଳନା ଓ ପୋଡ଼ାଡିହ ଗ୍ରାମବାସୀ ବୃନ୍ଦ ଙ୍କ ସକ୍ରିୟ ସହଯୋଗ ଯୋଗୁ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠାନ ତି ସୁରୁଖୁରୁ ରେ ସମ୍ପନ୍ନ ହୋଇଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *