ପୁଜ୍ୟ ପୂଜା ସଂସଦ ପକ୍ଷରୁ  ଗାନ୍ଧୀ ଓ  ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ଖୋର୍ଦ୍ଧା,(୦୨/୧୦):-  ବୋଲଗଡ୍ ଗାନ୍ଧି ମଣ୍ଡପ ଠାରେ ପୁଜ୍ୟ ପୂଜା ସଂସଦ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ, ପୂଜ୍ୟ ପୂଜା ସଂସଦର ସଭାପତି ଗୋପୀନାଥ ଖାଡଙ୍ଗା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି। ଏହି ସଭାରେ ସର୍ବଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ, ହରିବନ୍ଧୁ ସାହୁ, ହରିହର ସାହୁ, ଦିବାକର ପରମଗୁରୁ, ରାଧାଶ୍ୟାମ ରାଇଗୁରୁ ମହାପାତ୍ର, ଲଲାଟ କିଶୋର ସିଂହ, ଭକ୍ତବଲଭ ପଟ୍ଟନାୟକ, ଫକିର ମୋହନ ଫତେସିଂହ, ବିନୋଦ ବିହାରୀ ରାମ, କୈଳାସ ଚନ୍ଦ୍ର ତ୍ରିପାଠୀ, ସତ୍ୟନାରାୟନ, ଗୌରାଙ୍ଗ ଚମ୍ପତି ଓ ସଂସଦର ସମ୍ପାଦକ ରଘୁନାଥ ଦଳବେହେରା ପ୍ରମୁଖ ବହୁ ଗାନ୍ଧୀ ପ୍ରେମୀ ବରିଷ୍ଠ ନାଗରିକ ମାନେ ଯୋଗଦେଇ ବୋଲଗଡରେ ଗାନ୍ଧୀଙ୍କ ଅବସ୍ଥାନ ଓ ତାଙ୍କର ଶାନ୍ତି ଅହିଂସା ତଥା ଆତ୍ମନିର୍ଭର ଶୀକତା, ନିଶାନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ସ୍ୱଦେଶୀ ବସ୍ତ୍ର ପରିଧାନ, ସ୍ୱଚ୍ଛତା, ନିର୍ଭୀକତା ଏବଂ କୁଟି ଖାଅ କାଟି ପିନ୍ଧ ଇତ୍ୟାଦି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସେମାନଙ୍କର ବକ୍ତବ୍ୟ ରଖିଥିଲେ।



ଗାନ୍ଧୀଙ୍କ ପୀଠରେ ପ୍ରଥମେ ସର୍ବଧର୍ମ ପ୍ରାର୍ଥନା ଓ ରାମଧୁନ କଲାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରିଶେଷରେ ସମ୍ପାଦକ ଶ୍ରୀ ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବାପୂର୍ବକ ସଭା ପରିସମାପ୍ତି ହୋଇଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *