ଖୋର୍ଦ୍ଧା :- ବାଇକକୁ ଜୋରଦାର ପିଟିଲା କଣ୍ଟେନର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁହୋଇଛି। କଣ୍ଟେନର ଧକ୍କାରେ ୩ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ପିଏନ୍ କଲେଜ ନିକଟ ଜାତୀୟ ରାଜପଥ ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ବର ପଟୁ ବାଇକ୍ ରେ ଯିବା ବେଳେ ଏହି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ନେବା ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା କଂଟେନର ଓ ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଶିଳ୍ପାଞ୍ଚଳ ଥାନା ଜବତ କରିଥିବା ଜଣା ପଡିଛି। ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ମୃତକ ମାନେ ହେଲେ ବାଳଙ୍ଗା ଥାନା ଚକ ସୋଲାନ ଗାଁ ର ପ୍ରସନ୍ନ ଜେନା(୩୬), ରଣପୁର ଥାନା ଅଞ୍ଚଳ ସାନ ପଥୁରିଆ ର ସୁଶାନ୍ତ ନାୟକ(୨୪) ଓ ଡେଲାଙ୍ଗ ଥାନା ଅଞ୍ଚଳ ମଲିଗାଁ ର ଆଦିତ୍ୟ ସ୍ୱାଇଁ (୩୦) ବୋଲି ସୂଚନା ମିଳିଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now