ବେଗୁନିଆ : – (ଶୁଭ ଖବର )ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ରାଙ୍କ ସଂଖ୍ୟା ୧୨୯୨୪/୧୯.୦୫.୨୦୨୫ ଅନୁସାରେ କିଛି ଦିନ ହେଲା ଖାଲି ପଡ଼ିଥିବା ବେଗୁନିଆ ବିଡ଼ିଓ ପଦବୀ ପୂରଣ ହୋଇଛି । ବେଗୁନିଆ ବିଡ଼ିଓ ଭାବେ ସନ୍ତୋଷ କୁମାର ଜେନା ଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଆଜି ବେଗୁନିଆ ଆସି କାର୍ଯ୍ୟ ରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବତନ ବିଡ଼ିଓ ଲକ୍ଷ୍ମୀଧର ସାହୁ ଙ୍କ ଅବସର ପରେ ଭରlପ୍ରlପ୍ତ ବିଡ଼ିଓ ଦାୟୀତ୍ୱ ତୁଲାଉଥିଲେ ଖୋରଧା ବିଡ଼ିଓ । ଆଜି କଳ୍ପନା ଜଳ୍ପନl ର ଅନ୍ତ ଘଟିଛି ।କାର୍ଯ୍ୟ ରେ ଯୋଗଦେଇଛନ୍ତି ନୂତନ ବିଡ଼ିଓ ଶ୍ରୀ ଜେନା ।ଯୋଗଦେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବ୍ଲକ କର୍ମଚାରୀ , ବିଭିନ୍ନ ପଞ୍ଚାୟତ ର ନେତୃବୃନ୍ଦ ଙ୍କ ଅନେକ ଅନୁଷ୍ଠାନ ର କର୍ମକର୍ତ୍ତା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now