ଚିଲିକା ବ୍ଲକରେ ମିଶନ ଶକ୍ତି ମହିଳା ମାନଙ୍କ ଆନ୍ଦୋଳନ ଡ଼ାକରା ରେ କମ୍ପିଲା ବ୍ଲକ୍ ଅଫିସ

ଚିଲିକା ;-  ରାଜ୍ୟରେ ଏବେ ସରକାର ବଦଳିବା ର ୧୮ ମାସରୁ ଅଧିକ ସମୟ ହୋଇ ଗଲାଣି ହେଲେ ସରକାର ମହିଳାଙ୍କ କଥା ଗୁରୁତ୍ୱର ସହ ନେଉନାହାନ୍ତି ବୋଲି  ଆଜି ରାଜ୍ୟରେ ମହିଳା ମାନଙ୍କ ଆନ୍ଦୋଳନ ଡ଼ାକର। ତ୍ରିବ ରୂପ ନେଇଛି । କେବଳ ଲୋକ ଦେଖାଣିଆ ସରକାର ଚାଲିଛି ଏ ରାଜ୍ୟ ରେ ବୋଲି କହିଛନ୍ତି ଆନ୍ଦୋଳନ ରତ ମା ମାନେ  । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ପରିସରରେ କମ୍ପିଲା ମହିଳାଙ୍କ ଆନ୍ଦୋଳନ ଡ଼ାକରା । ଶତାଧିକ ମହିଳା ମାନଙ୍କୁ ଆଜି ଗ୍ରାମାଞ୍ଚଳ ର ବିଭିନ୍ନ କାର୍ଯ୍ୟରେ ସରକାର ସାମିଲି କରୁଛନ୍ତି  ।

ଯେଉଁ ମହିଳା ମାନଙ୍କୁ  ଘର କୋଣରୁ ବାହାର କରି  ପୂର୍ବତନ ମୁଖ୍ୟମନ୍ତ୍ରୀ  ରୋଜଗାର ର  ପନ୍ଥା ଧରାଇ ଥିଲେ ସେହି ମିଶନ ଶକ୍ତି ମହିଳା ମାନେ ଦରମା ଗଣ୍ଡାକ   ପାଇବା ପାଇଁ ଏବେ ସଂଘର୍ଷ କରୁଛନ୍ତି । ବାରମ୍ବାର ରାଜ୍ୟ ସରକାର ଙ୍କୁ ଜଣାଇ ଥିଲେ ମଧ୍ୟ  କର୍ଣ୍ଣପାତ କରୁ ନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରୁଛନ୍ତି ମା ମାନେ। ସେମାନେ ଏବେ କାମ ଦାମ ଛାଡି ଏ ଅଫିସ ସେ ଅଫିସ କୁ ଦୌଡୁଛନ୍ତି ତଥାପି ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ସେଥିପାଇଁ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି ମିଶନ ଶକ୍ତି ର ମହିଳା ମାନେ । ଆନ୍ଦୋଳନ ଡ଼ାକରାରେ ସାମିଲ ହୋଇଛନ୍ତି ଚିଲିକା ବ୍ଲକର ଶତାଧିକ ମା ମାନେ । ୮ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ମିଶନ ଶକ୍ତି ର ମା ମାନେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *