ବାଙ୍କୋଇ ମହାବିଦ୍ୟାଳୟ “ମା ପାଇଁ ଗଛଟିଏ” କାର୍ଯ୍ଯକ୍ରମ

ଖୋର୍ଦ୍ଧା :- ବୋଲଗଡ ର କେ.ପି.ଏ.ଏନ ମହାବିଦ୍ୟାଳୟ ବାଙ୍କୋଇ ଠାରେ ଅନୁଷ୍ଠିତ ହୋଇଯାଇଛି “ମା ପାଇଁ ଗଛଟିଏ” କାର୍ଯ୍ଯକ୍ରମ । ଏହି ଅବସରରେ ମହାବିଦ୍ୟାଳୟ ପରିସର ରେ ଶହେ ନଡିଆ ଗଛ ସହିତ  କରଞ୍ଜ,ଶିଶୁ, ପିଜୁଳି ପ୍ରଭ୍ରୁତି ଗଛ ଲଗାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମହାବିଦ୍ଯାଳୟ ର ପ୍ରତିଷ୍ଠାତା କାଳିଚରଣ ଜୟସିଂହ, ପୂର୍ବତନ ଅଧ୍ଯକ୍ଷ ରଙ୍କନିଧି ବଳିଆର ସିଂହ, ପ୍ରାକ୍ତନ ସଂପାଦିକା କୁମୁଦିନୀ ଜୟସିଂହ, ଅଧ୍ଯକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, +୨ଅଧ୍ଯକ୍ଷ ତପନ ମହାପାତ୍ର, ବୋଲଗଡ ବରିଷ୍ଠ ନାଗରିକ ସଂଘର ସଂପାଦକ ବୈକୁଣ୍ଠନାଥ ମହାରଣା, ଖେଳ ଶିକ୍ଷକ ଶ୍ରୀପ୍ରସାଦ ସାମନ୍ତ, ଅଧ୍ଯାପକ ପ୍ରଶାନ୍ତ ତ୍ରିପାଠୀ, ସୁକାନ୍ତ ବେହେରା, ସରୋଜ ମିଶ୍ର, ଅଜୟ ଖୁଣ୍ଟିଆ, ଶ୍ରୀନିବାସ ଛୋଟରାୟ ସମେତ ଅଧ୍ଯାପକ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ସଂଘର ସଦସ୍ଯ ଉପସ୍ଥିତ ଥିଲେ। 

ପରିଶେଷରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ବନୀକରଣର ମହତ୍ତ୍ବ ସଂପର୍କ ରେ ସଚେତନ କରାଇବା ସହ ସମସ୍ତ ଛାତ୍ର ଛାତ୍ରୀ ନିଜ ବାଡି ବଗିଚା ରେ “ମା ପାଇଁ ଗଛଟିଏ” ଲଗାଇବା ପାଇଁ କହିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *