ସେପ୍ଟେମ୍ବର ୨୩ ରେ ବିଧାନସଭା ଘେରାଉ କରିବ ବିଜୁ ଜନତା ଦଳ

ଭୁବନେଶ୍ଵର, (୨୦/୦୯) :- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା ସଙ୍କୁଚିତ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨୩ ରେ ବିଧାନସଭା ଘେରାଉ କରିବ ବିଜୁ ଜନତା ଦଳ। ବିଜେପି କ୍ଷମତାକୁ ଆସିବା ପରଠାରୁ ଗ୍ରାମାଞ୍ଚଳ ବିକାଶ ବାଟବଣା ହୋଇଛି ।ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକାକୁ ଗୌଣ କରୁଛି ବିଜେପି ସରକାର।ଗ୍ରାମସଭା ଓ ପଞ୍ଚାୟତକୁ ହେୟଜ୍ଞାନ କରି ପ୍ରଶାସନର ଦୂରୁପଯୋଗ କରୁଛି ବିଜେପି। ଏନେଇ ଶଙ୍ଖ ଭବନ ରେ ବିଜେଡି ଦଳ ପକ୍ଷ ରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବିଜେଡି ର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *