ସେବା ପର୍ବ ୨୦୨୫ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

ଖୋର୍ଦ୍ଧା,(୨୦/୦୯):- ସଂସ୍କୃତି ମନ୍ତ୍ରଳlଳୟ, ଭାରତ ସରକାରଙ୍କ “ସେବା ପର୍ବ ୨୦୨୫” ପାଳନ ଅବସରରେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ “ବିକଶିତ ଭାରତ ୨୦୪୭” ବିଷୟକୁ ଆଧାର କରି ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ୩ଟି ବିଭାଗରେ ଆୟୋଜନ କରାଯାଇଥିଲା ।

ବିଦ୍ୟାଳୟ ସ୍ତରୀୟ ଚିତ୍ରକାଳ ପ୍ରତିଯୋଗିତା ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଠାରେ, ମହାବିଦ୍ୟାଳୟ ତଥା ବିଶ୍ଵବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ଠାରେ ଓ ବୃତ୍ତିଗତ ଚିତ୍ରକଳା ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ଖୋର୍ଦ୍ଧା ଠାରେ ଆୟୋଜିତ କରାଯାଇଥିଲା । 



ବିଦ୍ୟାଳୟ ସ୍ତରୀୟ ଚିତକଳା ପ୍ରତିଯୋଗିତାରେ ମୋଟ ୩୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ନବମ ଶ୍ରେଣୀର ଛାତ୍ରୀ ଟିକିରାଣୀ ଦାସ ପ୍ରଥମ ସ୍ଥାନ, ଡି. ଆର. ସ୍କୁଲ୍, ନୟାପଲ୍ଲୀ ର ଛାତ୍ର ବିଶ୍ଵରଞ୍ଜନ ମହାରଣା ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ରାଜଲକ୍ଷ୍ମୀ ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।



ସେହିପରି ମହାବିଦ୍ୟାଳୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରେ ମୋଟ ୪୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଛାତ୍ର ଦୀପକ କୁମାର ଜେନା ପ୍ରଥମ ସ୍ଥାନ, ଏକାମ୍ର ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ଜି. ଅମନ ରାଓ ଦ୍ଵିତୀୟ ସ୍ଥାନ ଏବଂ ମଦୁଇ ଜଣ ଯଥା ଧଉଳି ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଛାତ୍ର ପ୍ରକାଶ ପରିଡା ଓ କମଳl ନେହେରୁ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ର ଛାତ୍ରୀ କଲ୍ୟାଣୀ ସାହୁ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।



ସେହିପରି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବୃତ୍ତିଗତ ଚିତ୍ରକଳା ପ୍ରତିଯୋଗିତାରେ ମୋଟ ୧୦ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଷ୍ଟ ଅଫିସ ଲେନ, ଖୋର୍ଦ୍ଧା ର ଅନୁପମ ମହାନ୍ତି ପ୍ରଥମ ସ୍ଥାନ, ସହିଦ ଲକ୍ଷ୍ମଣ ନାୟକ ବେହେରା ସାହି, ଆଇ. ଆର. ସି. ଭିଲେଜ, ନୟାପଲ୍ଲୀ, ଭୂବନେଶ୍ୱରର ବିଜୟ କୁମାର ମଲ୍ଲିକ ଦ୍ଵିତୀୟ ସ୍ଥାନ ଓ ସ୍ଥାନୀୟ ଜଜାରସିଂହ, ଉପରସାହି, ଖୋର୍ଦ୍ଧାର ଲଲାଟ କିଶୋର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *