ହଳଦିଆ ମହାବିଦ୍ୟାଳୟରେ ୪୨ତମ ସାମ୍ବତ୍ସରିକ ଉତ୍ସବ ପାଳିତ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ହଳଦିଆ ମହାବିଦ୍ୟାଳୟ ଆଜି ତାର ୪୨ତମ ସାମ୍ବତ୍ସରିକ ଉତ୍ସବ ପାଳନ କରିଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ରାଜ୍ୟର ସୁନାମଧନ୍ୟ ଅସ୍ଥିଶୈଲ୍ୟ ଚିକିତ୍ସକ ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କ ସହିତ ମହା ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଶ୍ରୀ ବ୍ରହ୍ମାନନ୍ଦ ଭଞ୍ଜଦେଓ ଏବଂ ପ୍ରାକ୍ତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର  ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହଳଦିଆ ମାଟିରେ ଜନ୍ମିତ ଡାକ୍ତର ଶରତ ଚନ୍ଦ୍ର ମିଶ୍ରଙ୍କ ସହିତ ଗ୍ରାମର ବୁଦ୍ଧିଜୀବି ସ୍ଵର୍ଗତଃ ଶ୍ରୀ ଜାନକୀ ରାମ ଭଞ୍ଜଙ୍କ ଏବଂ ଗ୍ରାମର ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ମହାବିଦ୍ୟାଳୟ ଗଠନ ପଛରେ ଥିବା ଭୂମିକା ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।

୧୯୮୩ ମସିହାରେ ମାତ୍ର ୧୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଜି ଏହି ମହାବିଦ୍ୟାଳୟ ତାର ପୂର୍ଣ୍ଣାଙ୍ଗ ରୂପ ପାଇପାରିଛି। କେବଳ କଳା ଓ ବାଣିଜ୍ୟ ପାଠ୍ୟକ୍ରମକୁ ନେଇ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଦୀର୍ଘ ୪୨ ବର୍ଷ ମଧ୍ୟରେ ମହାବିଦ୍ୟାଳୟର ଉତ୍ତରୋତ୍ତର ବିକାଶ ହୋଇ ପାରିଛି। କଳା ଓ ବାଣିଜ୍ୟ ବିଭାଗ ବ୍ୟତୀତ ଅନେକଙ୍କ ସାହାଯ୍ୟ ସହଯୋଗ ହେତୁ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବାରଶହରେ ପହଞ୍ଚି ପାରିଛି।

କିନ୍ତୁ ୪୨ ବର୍ଷ ମାନବ ଜୀବନରେ ଏକ ଦୀର୍ଘ ସମୟ
ହେଲେ ମଧ୍ୟ ଏକ ଅନୁଷ୍ଠାନ ଜୀବନରେ ଏହା ଏକ ସ୍ଵଳ୍ପ ସମୟ । ବର୍ତ୍ତମାନ ମହାବିଦ୍ୟାଳୟକୈଶୋରବସ୍ଥା ଅତିକ୍ରମ କରି ଯୌବନ ମଧ୍ୟ ଦେଇ ଗତିକରୁଛି । ତେଣୁ ମହାବିଦ୍ୟାଳୟର ଭବିଷ୍ୟତ ବୃଦ୍ଧି ଏବଂ ବିକାଶ ଅନିର୍ବାଯ୍ୟ ବୋଲି ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହା ବ୍ୟତୀତ ପରୀକ୍ଷାରେ ଉତ୍ତୀର୍ଣ୍ଣ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ରଘୁନାଥ ଜନଗଣ ମଙ୍ଗଳ ଟ୍ରଷ୍ଟ ଏବଂ ହାଡିବନ୍ଧୁ ଲକ୍ଷ୍ମୀପ୍ରିୟା ଚାରିଟେବଲ୍ ଟ୍ରଷ୍ଟ ତତଫରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିବା ବେଳେ ସେମାନଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ କାମନା କରିଥିଲେ ଏବଂ ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ମାନେ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପଭୋଗ କରିବା ସହିତ ପ୍ରଶଂସା କରିଥିଲେ ।

ସର୍ବ ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପିକା ପ୍ରଫେସର ଲକ୍ଷ୍ମୀପ୍ରିୟା ନନ୍ଦ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *