୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ଅତ୍ୟନ୍ତ  ନିନ୍ଦନୀୟ : ବିଜେଡି

ଭୁବନେଶ୍ୱର :- ୬୦ ଛୁଇଁଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବା ଅତ୍ୟନ୍ତ  ନିନ୍ଦନୀୟ। ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବା ପାଇଁ କହିବା, କଟା ଘା’ରେ ଚୂନ ଦେବା ସଦୃଶ୍ୟ ବୋଲି କହିଛି ବିଜେଡି ।
ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରନ୍ତୁ ସରକାର।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ଶଙ୍ଖ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଦଳର ମୁଖପାତ୍ର ଡଃ ଲେଲିନ ମହାନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *