ନଡ଼ିଆ ପାରିବା ପଡ଼ିଲା ମହଙ୍ଗା: ଏଲେକ୍ଟ୍ରି ସଂସ୍ପର୍ଷ ରେ ଆସି ଯୁବକ ମୃତ

ଖୋର୍ଦ୍ଧା : –  ବୋଲଗଡ଼ର ନେଳିଆ ପୋଖରୀ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ୩୩କେଭି କରେଣ୍ଟ ଲାଗି ଯୁବକ ମୃତ। ମୃତକ ଜଣକ ବୋଲଗଡ ଥାନା ଖଙ୍ଗୁରିଆ ଜଗୁ ପରିଡ଼ା (୪୦)। ସେ ସକାଳ ପ୍ରାୟ ୮ଟା ସମୟରେ ନଡ଼ିଆ ଗଛ ଚଢା ମେସିନ ସାହାଯ୍ୟ ରେ ଚଢ଼ିଥିଲେ। ନିକଟରେ ଯାଇଥିବା କଭର ବିହୀନ ତାର ଉପରେ କଞ୍ଚା ବହୁଙ୍ଗା ଲାଗିଯିବା ପରେ ଗଛଟି ଉପରେ ବିଦ୍ୟୁତ୍ ଆଘାତ ଲାଗିବା ସହ ଜଗୁ ମଧ୍ୟ ସେହି ଠାରେ ଟଳି ପଡ଼ିଥିଲେ। ମେସିନିରେ ପାଦ ଲକ୍ ବାରୁ ଗଛ ଉପରେ ଲାଖ୍ ରହିଛନ୍ତି। ଘଟଣାସ୍ଥଳରେ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଗଛରୁ ମୃତଦେହକୁ ବାହାର କରାଇ ଦେଉନାହାନ୍ତି। ଜଗୁଙ୍କୁ କିଏ ଗଛ ଚଢାଇଥିଲା। ତାଙ୍କୁ ଧରିବାକୁ ଅଡି ବସିଛନ୍ତି। ଉତେଜନା ବଢ଼ିବା ସହ ପୁଲିସ ଘଟଣା ଉପରେ ନଜର ରଖୁଛି।

ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଷ ଆସି ଘଟିଛି ଏ ଦୁର୍ଘଟଣା । ସରକାର ତୁରନ୍ତ ପଦକ୍ଷେପ ନେଇ ନିରୀହ ର ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଓ ପରିବାର ପ୍ରତିପୋଷଣ ପାଇଁ ପଦକ୍ଷେପ ନେବାକୁ ସର୍ବସାଧାରଣ ରେ ଦାବି ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *