ଖୋର୍ଦ୍ଧା , (୧୩/୦୯):-ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୫ ଆଜି ଉଦଯାପିତ ହୋଇଯାଇଛି । ଗତ କଲି ଉତ୍ସାହ – ୨୦୨୫ ଖୋର୍ଦ୍ଧା ଷ୍ଟାଡିଉମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହକ-୨୦୨୫ ଖୋର୍ଦ୍ଧା ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ମହକ -୨୦୨୫ କୁ ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବି ଜେ ବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି , ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡଃ ଇନ୍ଦିରା ରଥ, ଶିଶୁ କଲ୍ୟାଣ ସମିତି ର ସଦସ୍ୟ ସ୍ବପ୍ନା ତ୍ରିପାଠୀ ଏବଂ ମନୀଷା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଦୁଇ ଦିନ ଧରି ଏହି ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ- ୨୦୨୫ ରେ ଫୁଟବଲ, କ୍ୟାରମ, ଚେସ, ୧୦୦ ମିଟର ଦୌଡ, ଉଚ୍ଛ ଡିଆଁ, ଲମ୍ବ ଡିଆଁ, ନୃତ୍ୟ, ସଙ୍ଗୀତ, ବକ୍ତୃତା, ପ୍ରଶ୍ନୋତ୍ତରୀ ଏବଂ ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ୨୫୦ ଜଣ ଅନ୍ତେବାସୀମାନେ ଭାଗ ନେଇଥିଲେ । ଆଜି ଅପରାହ୍ନରେ ଉଦଯାପନୀ ଉତ୍ସବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ବ୍ରଜ କିଶୋର ମହାପାତ୍ର, ମନୀଷା ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ଓଡ଼ିଶାର ଜଣାଶୁଣା ଚଳଚିତ୍ର ଜଗତର ସଙ୍ଗୀତଜ୍ଞ ଶୈଳେନ୍ଦ୍ର ପାତ୍ର, ଗୀତିକାର ସୂର୍ଯ୍ୟ ଶ୍ରୀକାନ୍ତ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ମେଡାଲ ଦେଇ ସମ୍ୱନ୍ଧିତ କରିଥିଲେ ।

ବାଳିକା ୧୦୦ ମିଟର ଦଉଡାରେ ସୁଭଦ୍ରା ମହତାବ ସେବା ସଦନର ନରସୀମା ବେଗମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନେହେରୁ ସେବା ସଂଘର ସଂଗୀତା ବେହେରା ୨ୟ ଏବଂ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଗଙ୍ଗା ନାୟକ ୩ ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଳକ ୧୦୦ ମିଟର ଦୌଡରେ ଏସ ଓ ଏସ ଶିଶୁ ଯତ୍ନ ଅନୁଷ୍ଠାନର ରଶ୍ମୀ ରଞ୍ଜନ ଦେହୁରି ପ୍ରଥମ ସ୍ଥାନ ଅଧ୍କାର କରିଥିବା ବେଳେ ଆଦୃତ ର ଏନ. ଗଣେଶ ୨ ୟ ଏବଂ ରାହୁଲ ମହାରଣା ୩ ୟ । ଉଚ୍ଚ ଡିଆଁ ବାଳିକା ରେ ଏସ ଓ ଏସ ର ଝରଣା ପ୍ରଧାନ ପ୍ରଥମ ଏବଂ ଆଦୃତ ର ଦୀପାଲି ମାଝୀ ୨ ୟ । ଲାମ୍ବା ଡିଆଁ ବାଳକ ରେ ଏସ ଓ ଏସ ର ବାବୁ ରାଓ ପ୍ରଥମ ଶ୍ରେଣୀ ଅଧିକାର କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାରେ ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚିତ୍ର।ଙ୍କନରେ ଏସ ଓ ଏସ ର ମାମିନା ସିଂହ ପ୍ରଥମ, ପ୍ରଶ୍ନୋତ୍ତରୀ ରେ ଶ୍ରୀ ମା ଆନନ୍ଦ ଆଶ୍ରମର ଏନ ନରେଶ ରାଓ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏ ସମସ୍ତ କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ – ୨୦୨୫ ରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ଦୁଇ ଦିନ ଧରି ଚାଲୁଥିବା ମହକ ଓ ଉତ୍ସାହ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ଶଚିନ୍ଦ୍ର ନାଥ ସାହୁ, ଅଶୋକ କୁମାର ସେଠୀ, ସୁକାନ୍ତ କୁମାର ପୃଷ୍ଟି, ରଞ୍ଜନ କୁମାର ଗୋଛାୟତ, ରିତାଞ୍ଜାଳୀ ମହାନ୍ତି, ମାନସ୍ପିନୀ ମହାପାତ୍ର, ସତ୍ୟବ୍ରତ ସମାନ୍ତରା, ସଚିଦାନନ୍ଦ ସେଠୀ, ଶୁଭାଶିଷ ପଟ୍ଟନାୟକ, ନିରାଲି ପ୍ରଧାନ, ଅର୍ଚନା ରାୟ, ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭୈରବୀ କ୍ଲବ ଏବଂ ବିଶ୍ଵ ଜୀବନ ସେବା ସଂଘ ର ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now