ଖୋର୍ଦ୍ଧା ,(୧୧/୯):- ଶିକ୍ଷା କ୍ଷେତ୍ରରେ ଆମ ଜିଲ୍ଲା ଖୋର୍ଦ୍ଧା ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଗତ ସେପ୍ଟେମ୍ବର ୫ ପବିତ୍ର ଗୁରୁଦିବସ ଅବସରରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନମିକା ରାୟ ଟ୍ରଫି ଓ ମାନପତ୍ର ଗ୍ରହଣ କରିବା ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି, ଏହି ପ୍ରରିପେକ୍ଷୀ ରେ ଖୋର୍ଦ୍ଧା ଜିଲ୍ଲା ଓଷ୍ଟ୍ଟା ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସେଣ୍ଟ୍ରାଲ ଟିମ୍ ର ଷ୍ଟେଟ ନୋଡାଲ ଅଧିକାରୀଣୀ ତଥା ଯୁଗ୍ମ ନିର୍ଦ୍ଦେଶିକା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱର ମୌସୁମୀ ସାହୁ ଙ୍କ ସହିତ ସାକ୍ଷାତ କରି ଓଷ୍ଟା ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧିତ କରିବା ସହିତ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରଯାଇଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଜ୍ୟ ନୋଡାଲ ଅଫିସର୍ ଙ୍କ ସହିତ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା
ଏହି କାର୍ଯ୍ୟକ୍ରମରେ ଓଷ୍ଠା ର ଜିଲ୍ଲା ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର , ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ରାଜ୍ୟ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଅଗାଧୁ ସେଠି ଓ ଜିଲ୍ଲାର ସଭାପତି ଅଜୟ କୁମାର ରାଉତରାୟ ,ଓଷ୍ଟା ବ୍ଲକ ସମ୍ପାଦକ ଶରତ କୁମାର ରାଉତ, ଜଟଣୀ ବ୍ଲକ୍ ଓଷ୍ଟା କାର୍ଯ୍ୟକାରୀ କମିଟିର ସଭ୍ୟ ବିଚିତ୍ରା ନନ୍ଦ ମହାନ୍ତି ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର କର୍ମକର୍ତ୍ତା ଡକ୍ଟର ପ୍ରବୀର କୁମାର ସାହୁ, ଓ ଅଭିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now