ଖୋର୍ଦ୍ଧା ଜ଼ିଲ୍ଲା କଂଗ୍ରେସ ସଭାପତି ଦୌଡ଼ ରେ ପାଞ୍ଚ ପ୍ରାର୍ଥୀ

ଖୋର୍ଦ୍ଧା-(୧୦/୦୯)- -ଓଡ଼ିଶାରେ ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ମଝବୁତ କରିବା ପାଇଁ ଏଆଇସିସି   ସଭାପତି  ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ ରେ ସଙ୍ଗଠନ କୁ ସୃଦୁଢ କରିବାର ଅଭିଯାନ ଆରମ୍ଭ ହୋଇଛି l ଏହି କ୍ରମରେ ଏଆଇସିସି ତରଫରୁ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପାଇଁ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା  ବିମଲ ଶାହାଙ୍କୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି l

ଶ୍ରୀ ଶାହା ଗତ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନସଭାର ୧୧ ଟି ବ୍ଲକ ଗ୍ରସ୍ତକରି ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କ ମତାମତ ସଂଗ୍ରହ କରିଛନ୍ତି l ବିଶେଷ ସୂତ୍ରରୁ ପ୍ରକାଶ ଯେ , ଖୋର୍ଦ୍ଧା ଜିଲ୍ଲା ସଭାପତି ଦୌଡରେ, ଜ଼ିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ, ବିଧାୟିକା ପ୍ରାର୍ଥୀନୀ ତଥା ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ପୂର୍ବତନ ଜ଼ିଲ୍ଲା ସଭାପତି  ଜାନକୀ ପଟ୍ଟନାୟକ,ରସିକ ପଟ୍ଟନାୟକ ଓ ଜୟଶ୍ରୀ ପଟ୍ଟନାୟକ ଦୌଡରେ ଥିବାର ଆଲୋଚନା ହେଉଛି l


ରାହୁଲ ଗାନ୍ଧୀ ସାରା ଭାରତରେ ସାମାଜିକ ନ୍ୟାୟ ଆନ୍ଦୋଳନ ଜାରି ରଖିବା ସହିତ ଜାତି ଜନ ଗଣନାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି l  ଯାହାର ସଂଖ୍ୟା ଯେତେ , ତାର ଭାଗ ସେତେ ସ୍ଲୋଗାନ ଦେଇ ଆସୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ପାଇଁ କେବଳ ସୋନାଲି ସାହୁ ପଛୁଆ ବର୍ଗର ହୋଇଥିବା ବେଳେ, ଦଳିତ ଓ ଆଦିବାସୀଙ୍କ ଭିତରୁ ଗୋଟିଏ ବି ନାମ ଜିଲ୍ଲା ସଭାପତି ପାଇଁ ନ ଆସିବା ଚିନ୍ତା ଜନକ ।  ରାହୁଲ ଗାନ୍ଧୀ ଙ୍କ ସାମାଜିକ ନ୍ୟାୟ ଆନ୍ଦୋଳନ ଆଧାରରେ ଶ୍ରୀମତୀ ସାହୁ , ପଛୁଆ ବର୍ଗରୁ ଆସିଥିବା ଓ ଜଣେ ମହିଳା ତଥା ସ୍ମାର୍ଟ ଏବଂ ୟଙ୍ଗ ହୋଇଥିବା କାରଣରୁ ତାଙ୍କ ପଲ୍ଲା ଭାରି ଥିବା ଚର୍ଚ୍ଚା ହେଉଛି ।ଦେଖାଯାଉ ଏଆଇସିସି କାହା କାନ୍ଧରେ ଖୋର୍ଦ୍ଧା ଦାୟିତ୍ୱ ଦେଉଛି  ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *