ଖୋର୍ଦ୍ଧା ସହର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ ଛାତ୍ର କଂଗ୍ରେସ ର ପ୍ରତିବାଦ
ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଦାବିପତ୍ର
ସପ୍ତାହ ରେ ନହେଲେ ଆନ୍ଦୋଳନ ଧମକ

ଖୋର୍ଦ୍ଧା,(୯/୯) : –  ଖୋର୍ଦ୍ଧା ସହର ରାସ୍ତାଘାଟ ବିପର୍ଯ୍ଯସ୍ତ ହୋଇପଡିଛି। ଆଗକୁ ପାର୍ବଣ ଋତୁପଲ୍ଲା ଛକ ମରଣାଜନ୍ତା ପାଲଟିଥିବା ବେଳେ ନୂଆ ବସଷ୍ଟାଣ୍ଡ, ଟିଏଲସି ରୋଡ, ଚଣ୍ଡିଚୁଆ ଛକ, ମେଡିକାଲ ରୋଡ, ପୁରୁଣା ବସଷ୍ଟାଣ୍ଡ, ମୁକୁନ୍ଦପ୍ରସାଦ  ରାସ୍ତା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଛି ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଦୃର୍ଗା ପୂଜା ପୂର୍ବରୁ ସହର ରାସ୍ତାଘାଟ ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(ସିଭିଲ) ଶିବଲାଲ ସାହୁ ଙ୍କୁ ଦାବିପତ୍ର ଦେଇଛନ୍ତି। ସପ୍ତାହ ମଧ୍ୟରେ  କରାନଗଲେ କାର୍ଯ୍ଯାଳୟ ଘେରାଉ କରାଯିବା ସହ ରାସ୍ତାରୋକ ଭଳି ଚରମ ପଦକ୍ଷପ ନେବ ବୋଲି ଛାତ୍ର କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି। ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତା ମରାମତିରେ ଅସୁବିଧା ହେଉଛି। ଏହାକୁ ତୁରନ୍ତ ମରାମତି କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି।



ପିସିସି ମୁଖପାତ୍ର ଅମିତ ମହାନ୍ତିଙ୍କ ଉପସ୍ଥିତି ଓ ଛାତ୍ର ନେତା ମନୱର ହୁସେନ ଖାନଙ୍କ ନେତୃତ୍ୱରେ ନସିର ସୁଲତାନ, ଦେବୀ ପ୍ରସାଦ ଦାସ , ସମର୍ପିତ ସିଂହ, ରାଜେଶ ରୋଶନ ପରିଡା, ମହମ୍ମଦ ଗୁଫ୍ରାନ, ସହିଦ ଖାନ ଙ୍କ ସମେତ ଅନେକ ଛାତ୍ର କଙ୍ଗ୍ରେସ କାର୍ଯ୍ୟକର୍ତ୍ତା ପ୍ରମୁଖ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ସହର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।



ପିସିସି ମୁଖପତ୍ର ମହାନ୍ତି କୁହନ୍ତି ପିଲ୍ଲା ଛକଠାରୁ ନୂଆ ବସ୍‌ଷ୍ଟାଣ୍ଡ ମଧ୍ୟରେ ରାସ୍ତା ଅତି କଦର୍ଯ୍ୟ ହୋଇଛି । ବିଶେଷ କରି ବର୍ଷା ହେଲେ ଯାତାୟାତରେ ଅଧିକ ଅସୁବିଧା ହେଉଛି। ଯାନବାହାନ ଚଳାଚଳ କରିବା ତ’ ଦୂରର କଥା ଚାଲିକି ଯିବା କଷ୍ଟକର ହୋଇପଡ଼ିଛି।

ଏଥ୍ ଯୋଗୁ ବିଭିନ୍ନ ସମସ୍ଯା ସୃଷ୍ଟି ହେଉଛି। ଜିଲାପାଳ କାର୍ଯ୍ୟାଳୟ ସମେତ ଏକାଧିକ ଜିଲା ସ୍ତରୀୟ କାର୍ଯ୍ୟାଳୟ ଏହି ରାସ୍ତା ନିକଟରେ ରହିଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ, ବସଷ୍ଟାଣ୍ଡ, ଖୋଦ୍ଧା ଜିଲା ମୁଖ୍ୟ ଗୋପବନ୍ଧୁ ଚିକିତ୍ସାଳୟକୁ ସଂଯୋଗ କରୁଥିବାରୁ ଦୈନିକ ଶହଶହ ରୋଗୀ ଏହି ରାସ୍ତା ଦେଇ ଯାଇଥାନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ଲୋକେ ନାହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ୟସ୍ତବହୁଳ ରାସ୍ତାର ମରାମତି ନ ହେବା ସରକାର ପ୍ରଶାସନିକ ଅବହେଳାକୁ ସୂଚାଉଛି।



ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିତ ମହାନ୍ତି ଓ ଛାତ୍ର ନେତା ମନୱର କୁହନ୍ତି କେବଳ ପଲ୍ଲା ଛକ ନୁହ ସହର ସାରା ଖାଲଖମାରେ ଭତ୍ତି ହୋଇଛି। ଦିନେ କି ଦୁଇ ଦିନ ନୁହ ବର୍ଷସାରା ଏଭଳି ସମସ୍ଯା ଲାଗି ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି। ସହର ଚାରିଆଡେ ଗାତ ସୃଷ୍ଟି ହୋଇଛି। ଏହାର ପ୍ରତିବାଦ ରେ ଆଜି ବିଭାଗୀୟ ଯନ୍ତ୍ରୀ ଙ୍କୁ ଦାବିପତ୍ର ଦିଆଯାଇଛି। ସପ୍ତାହ  ସମୟ ଦିଆଯାଇଛି। ତୁରନ୍ତ ମରାମତି କରାନଗଲେ ତା ପର ଦିନ କାର୍ଯ୍ୟାଳୟ ଘେରାଉ କରାଯିବ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *