ଖୋର୍ଦ୍ଧା :- ଆଉ ଏବେ କେବଳ ଜିଲ୍ଲାପାଳ ଙ୍କ ଅଫିସ କିମ୍ବା ବ୍ଲକ୍ ଅଫିସ ନୁହେଁ ଅଭିଯୋଗ ଶୁଣାଣି ପାଇଁ ପ୍ରତି ପୁରପଲ୍ଲୀ ରେ ପହଞ୍ଚିବ ପ୍ରଶାସନ ।ପଚାଂୟତ ରେ ପହଞ୍ଚି ଅଭିଯୋଗ ଶୁଣିବେ ଅଫିସର ଏହା ହେଉଛି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ। ଖୋର୍ଦ୍ଧା ଜିଲ୍ଲା ର ପ୍ରଶାସନର ଏହା ଏକ ଅଭିନବ ପ୍ରୟାସ ।

ବେଗୁନିଆ ନିର୍ବାଚନ ମଣ୍ଡଳୀ ର ବେଗୁନିଆ ବ୍ଲକର କଣ୍ଟାବାଡ ଗ୍ରାମପଞ୍ଚାୟତ ସଭା ଗୃହରେ ପଲ୍ଲୀରେ ପ୍ରଶାସନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ତାପସ କୁମାର ବିଶି ଙ୍କ ସହ ବହୁ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ହୋଇ ଶାନ୍ତି ଶୃଙ୍ଖଳାର ସହ ଜନ ସଧାରଣ ଙ୍କ ଅଭିଯୋଗ ଗ୍ରହଣ ତାର ଆଶୁ ସମାଧାନ ସହ ବିଚାର କରୁଛନ୍ତି । ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଓ ପୂର୍ବତନ ସରପଂଚ ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରୁଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now