ଦେଶରେ ସର୍ବାଧିକ ଦାଗୀ ମନ୍ତ୍ରୀ ତାଲିକା ରେ ଓଡ଼ିଶା ପ୍ରଥମ : ଆସୋସିଏସ୍‌ନ ଫର ଡେମୋକ୍ରାଟିକ ରିଫର୍ମ୍ମ ର ରିପୋର୍ଟ

ଭୁବନେଶ୍ବର :- ଓଡ଼ିଶାର ୧୬ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୪ ଜଣ ମନ୍ତ୍ରୀଙ୍କ ନାମରେ ରହିଛି ଅନେକ ଅପରାଧିକ ମାମଲା । ଏପରିକି ଅପରାଧିକ ମାମଲା ଥିବା ୧୪ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କ ନାମରେ ଗୁରୁତର ଅପରାଧୂକ ମାମଲା ପଞ୍ଜିକୃତ ହୋଇଛି। ନିକଟରେ ଦେଶର ୨୭ଟି ରାଜ୍ୟ ୩ ଟି କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀମାନଙ୍କ ସତ୍ୟପାଠ ଆଧାରରେ ଏପରି  ରିପୋର୍ଟ ପ୍ରକାଶ  କରିଛି ଆସୋସିଏସ୍‌ନ ଫର ଡେମୋକ୍ରାଟିକ ରିଫର୍ମ୍ମ ( ଏଡିଆର) ଓ ନ୍ୟାସନାଲ ଇଲେକ୍ସନ ୱାଚ୍ ( ଏନ୍‌ଇଡବ୍ଲ୍ୟୁ) । ଦାଗୀ ବା ଅପରାଧୂକ ମାମଲା ଥିବା ମନ୍ତ୍ରୀଙ୍କ ସୂଚୀରେ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ଯୁଗ୍ମ ଭାବରେ ସାରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ।



ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ୮୮ ପ୍ରତିଶତ ମନ୍ତ୍ରୀଙ୍କ ନାମ ନାମରେ ଅପରାଧିକ ମାମଲା ରହିଛି| ସେହିପରି ଉଭୟ ରାଜ୍ୟରେ ୫୬ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ମଧ୍ଯ ଗୁରୁତର ଗୁରୁତର ଅପରାଧିକ ମାମଲା ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାର ସବୁଠାରୁ ଧନୀ ମନ୍ତ୍ରୀ ଭାବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ ଙ୍କ ନାମ ସ୍ଥାନ ପାଇଛି। ତାଙ୍କର ସମ୍ପ ସମ୍ପତ୍ତି ୬୭ କୋଟି ୩୦ ଲକ୍ଷ ୬୦ ହଜାର ୬୨୯ ଟଙ୍କା ବୋଲି ଉଲ୍ଲେଖ ରହିଛି। ସେହିପରି ତାଙ୍କ ନାମାଙ୍କନ ରେ ୭୫ ଲକ୍ଷ ଟଙ୍କା ଋଣ ଥିବା ଏଡ଼ିଆର ଉଲ୍ଲେଖ କରିଛି| ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ରାଜ୍ୟର ଦ୍ଵିତୀୟ ଧନୀ ମନ୍ତ୍ରୀ ବୋଲି କୁହାଯାଇଛି ଓ ତାଙ୍କ ନିକଟ ୧୭.୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ନାମରେ ୮୫ ଲକ୍ଷ ଟ ର ଋଣ ରହିଛି। ଅନ୍ୟପକ୍ଷରେ ସମ୍ପତ୍ତି ସୂଚୀରେ  ଯୋଗାଣମନ୍ତ୍ରୀ ତୃତୀୟ ସ୍ଥାନରେ ରହିଛନ୍ତି  ତାଙ୍କ ପାଖରେ ୭ କୋଟି ୬୬ ଲକ୍ଷ ୨୩୭ ଟଙ୍କା ସମ୍ପତ୍ତି ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *