ଭାରତୀୟ ବିଦ୍ୟା ନିକେତନ ରେ ଛାତ୍ର ଛାତ୍ରୀ ପାଳିଲେ ଗୁରୁ ଦିବସ।

ଖୋର୍ଦ୍ଧା:  ଗୁରୁଙ୍କୁ ନ ମଣିମ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଏହାକୁ ପାଳନ କରିଛନ୍ତି ବେଗୁନିଆ ବ୍ଲକ୍ ପୋଡ଼ାଡ଼ିହ ସ୍ଥିତ ଭାରତୀୟ ବିଦ୍ୟା ନିକେତନ ର ଛାତ୍ର ଛାତ୍ରୀ। ପ୍ରଧାନ ଆଚାର୍ଯ୍ୟ। ସୁକାନ୍ତି ଜେନା ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ  ଅତିଥି ଭାବେ ଅନୁଷ୍ଠାନ ର ସଭାପତି ପର୍ଶୁରାମ ମିଶ୍ର ଶର୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏକାଗ୍ରତା, ଅଧ୍ୟୟନ, ଏବଂ ଦୈନଦିନ କାର୍ଯ୍ୟ ରେ ସଂଖ୍ୟାର ମହତ୍ତ୍ଵ ସମ୍ପର୍କ ରେ ଆଲୋକପାତ କରିଥିଲେ।

ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଶୁଭକାନ୍ତ ମହାପାତ୍ର  ଯୋଗ ଦେଇ ଭାରତ ପ୍ରଥମ ଉପ ରାଷ୍ଟ୍ରପତି ସର୍ବପଲ୍ଲୀ  ରାଧାକ୍ରିଷ୍ଣନଙ୍କ ଙ୍କ ଜୀବନୀ ଏବଂ ଗୁରୁ ଦିବସ ଉପରେ  ପର୍ଯ୍ୟଲୋଚନ କରିଥିଲେ। 


କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ମହାନ୍ତି ଗୁରୁ ଦିବସ ର ମହତ୍ତ୍ଵ ସମ୍ବନ୍ଧୀୟ ବକ୍ତବ୍ୟ ଦେଇଥିଲେ ।ବିଦ୍ୟାଳୟ ର  ବରିଷ୍ଠ ଛାତ୍ର ଛାତ୍ରୀ ଛାତ୍ରୀ ଙ୍କ ସଂଯୋଜନାରେ ସମସ୍ତ ଛାତ୍ର ଛାତ୍ରୀ ଅନୁଷ୍ଠାନ ର ଗୁରୁଜୀ ଓ ଗୁରୁମା ମାନଙ୍କୁ ଗୁରୁବନ୍ଦନା ମାଧ୍ୟମରେ ପୁଜା କରି ସେମାନଙ୍କ ଠାରୁ ଆଶୀବ୍ରାଦ ଗ୍ରହଣ କରିଥିଲେ।  ଛାତ୍ର ଛାତ୍ରୀ ଗୁରୁ ଦିବସ ର ମହତ୍ତ୍ଵ ସମ୍ବନ୍ଧୀୟ ବକ୍ତୃତା ପ୍ରଦାନ ସହ ସମସ୍ତ  ଙ୍କୁ ପ୍ରୀତି ଉପହାର ପ୍ରଦାନ କରିଥିଲେ।

ସହ ପ୍ରଧାନ ଆଚାର୍ଯ୍ୟ। ଜ୍ୟୋଷ୍ନ।ମୟି  ଜେନା ଉତ୍ତମ ଛାତ୍ର ହୋଇ ନିଜ ପରିବାର ର ଏବଂ ଅନୁଷ୍ଠାନ ର ସୁନାମ ବୃଦ୍ଧି କଲେ ତାହା ଶ୍ରେଷ୍ଠ ଦକ୍ଷିଣା ହେବ ବୋଲି ନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ସମସ୍ତ ଗୁରୂମା ମାନେ ଛାତ୍ର ଛାତ୍ରୀ ମାନଙ୍କର ଶୁଭ ମନାସି, ଆଶୀର୍ବାଦ ପ୍ରଦାନ ପୂର୍ବକ ପ୍ରଭୁ ଙ୍କୁ ସେମାନଙ୍କର ଉଜ୍ଜ୍ଵଳମୟ ଭବିଷ୍ୟତ କାମନା କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *