ଖୋର୍ଦ୍ଧାର ବରୁଣେଇରେ ସାଇନ୍ସ ସିଟି ନିର୍ମାଣ ପାଇଁ ନବୀନ ସରକାରଙ୍କ ସମୟରେ ନିଷ୍ପତ୍ତ ହୋଇଥୁଲା : ବିଜେଡି

ଜେଏସଡବ୍ଲୁ ଇଭି ଓ ଆର୍ସେଲର ମିତ୍ତଲ ମଧ୍ୟ ଅନ୍ୟ ରାଜ୍ୟ ସହିତ ଚୁକ୍ତି କରିଛନ୍ତି

ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ଓଡ଼ିଶା ଛାଡୁଛନ୍ତି : ସେମିକଣ୍ଡକ୍ଟର କମ୍ପାନୀ ଏସଆରଏଏମ ଆଣ୍ଡ ଏମଆରଏଏମ ସଦ୍ୟତମ ନମୁନା

ଭୁବନେଶ୍ବର, (୦୬/୦୯): -ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ମାନେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ପୂର୍ବ ସରକାରଙ୍କ ସମୟରେ ଚୁକ୍ତିବଦ୍ଧ ହୋଇଥିବା ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ଓଡିଶା ଛାଡ଼ୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ୨୦୨୩ ମସିହାରେ ଓଡିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିବା ସେମିକଣ୍ଡକ୍ଟର କମ୍ପାନୀ ଏସଆରଏଏମ ଆଣ୍ଡ ଏମଆରଏଏମ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ଚୁକ୍ତି କରିବା ପରେ, ଏହି କମ୍ପାନୀ ଓଡିଶା ଛାଡିବା ସ୍ପଷ୍ଟ ହୋଇଛି। ନିକଟରେ, ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ ସମୟରେ ଦୁଇଟି ନୂଆ ସେମିକଣ୍ଡକ୍ଟର କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ସୂଚନା ଦେଇଥିଲେ। କିନ୍ତୁ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ବେଳକୁ ପୂର୍ବରୁ ଚୁକ୍ତି କରିଥିବା ଗୋଟିଏ ସେମିକଣ୍ଡକ୍ଟର କମ୍ପାନୀ ଓଡିଶା ଛାଡ଼ୁଥିବା ଖବର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି ବିଜୁ ଜନତା ଦଳ କହିଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ  ତୁଷାରକାନ୍ତ ବେହେରା କହିଥିଲେ, ସେମିକଣ୍ଡକ୍ଟର କମ୍ପାନୀ ଏସଆରଏଏମ ଆଣ୍ଡ ଏମଆରଏଏମ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ ସହିତ ମାର୍ଚ୍ଚ ୨୯, ୨୦୨୫ ମସିହାରେ ଏକ ବୁଝାମଣା ସ୍ଵାକ୍ଷରିତ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ, କମ୍ପାନୀ ୩୦,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଗଞ୍ଜାମ ଜିଲ୍ଲାର ଛତ୍ରପୁର ଅଞ୍ଚଳରେ, ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାୟ ୭୦୦ ଏକର ଜମି ଚିହ୍ନଟ ହୋଇଥିଲ। ।

କିନ୍ତୁ, ଏବେ ସେହି କମ୍ପାନୀ ଆନ୍ଧ୍ର ପ୍ରଦେଶରେ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଆନ୍ଧ୍ର ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛି।

ଶ୍ରୀ ବେହେରା କହିଥିଲେ, ଏହା ପୂର୍ବରୁ ଓଡିଶା ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ଜେଏସଡବ୍ଲୁ, ଇଭି ଓ ଆର୍ସେଲର ମିତ୍ତଲ ଇସ୍ପାତ ପ୍ରକଳ୍ପ ଯଥାକ୍ରମେ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହିତ ବୁଝାମଣା ସ୍ଵାକ୍ଷର କରିଛନ୍ତି। ତେଣୁ, ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନେକ କମ୍ପାନୀ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ, ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ଓଡିଶା ଛାଡ଼ୁଛନ୍ତି। ଓଡିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ଦାବି କେବଳ ବାହାସ୍ଫୋଟରେ ପରିଣତ ହୋଇଛି ।

ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ରାଜ୍ୟର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋର୍ଦ୍ଧା ଠାରେ ସାଇନ୍ସ ସିଟି ପ୍ରତିଷ୍ଠା ହେବ ବୋଲି କରିଥିବା ଘୋଷଣା ବାସ୍ତବରେ ନବୀନ ସରକାରଙ୍କ ସମୟରେ ରୂପ ଦିଆଯାଇଥିଲା। ଖୋର୍ଦ୍ଧା ନିକଟବର୍ତ୍ତୀ ବରୁଣେଇ ଅଞ୍ଚଳରେ, ୫୦ ଏକର ଜମିରେ ସାଇନ୍ସ ସିଟି ନିର୍ମାଣ କରିବା ପାଇଁ ନବୀନ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେବା ସହିତ ଆବଶ୍ୟକୀୟ ଜମି ପ୍ରଦାନ କରାଯାଇଥିଲା। ସେହିପରି, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ସାଇନ୍ସ ପାର୍କ କମ୍ ପ୍ଲାନେଟୋରିଅମ ପ୍ରତିଷ୍ଠା ହେବା ପାଇଁ ନିଷ୍ପଭି ହୋଇଥିଲା | ୫ ଏକର ଜମିରେ ଓ ସାଢ଼େ ଛଅ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବାରିପଦା, କେନ୍ଦୁଝରର ଘଟଗାଁ ଓ ରାୟଗଡା ଠାରେ ଏହି ସାଇନ୍ସ ପାର୍କ କମ୍ ପ୍ଲାନେଟୋରିଅମ ପ୍ରତିଷ୍ଠା ହୋଇସାରିଛି। ତେଣୁ, ଏଗୁଡିକ ନବୀନ ସରକାରଙ୍କ ସମୟରେ ହୋଇଥିବା ବେଳେ, ବିଜେପି ସରକାର ସେହି କାର୍ଯ୍ୟକୁ ନିଜର ବୋଲି କହି ବାହାଦୁରୀ ନେବାକୁ ଚେଷ୍ଟା କରୁଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *