କୋରାପୁଟ :- ବିଲ୍ ପାସ୍ କରାଇ ଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା ସହକାରୀ ଯନ୍ତ୍ରୀ (ଏଇ)। ସେ ହେଲେ ସୁଚିସ୍ମିତା ପରିଜା। ସେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ନିୟୋଜିତ ହୋଇଛନ୍ତି।ଏମ୍ଜିଏନ୍ଆରଇଜିରେ ହୋଇଥିବା ଏକ କାର୍ଯ୍ୟର ବିଲ୍ ପାସ୍ କରିବାକୁ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ସଂପୃକ୍ତ ଠିକାଦାରଙ୍କୁ ୧୫ ହଜାର ଟଙ୍କା ଲାଞ୍ଜ ମାଗିଥିଲେ। ଠିକାଦାର ତାଙ୍କୁ କିଛି ଦିନ ତଳେ ୫ ହଜାର ଟଙ୍କା ଦେଇଥିଲେ। କିନ୍ତୁ ବିଲ୍ ପାସ୍ କରିବାକୁ ସହକାରୀ ଯନ୍ତ୍ରୀ ଶ୍ରୀମତୀ ପରିଜା ତାଙ୍କୁ ବାକି ୧୦ ହଜାର ଟଙ୍କା ଦେବାକୁ କହିଥିଲେ।ଲାଞ୍ଚ ନ ମିଳିଲେ ବିଲ୍ ପାସ୍ କରିବେ ନାହିଁ ବୋଲି ସହକାରୀ ଯନ୍ତ୍ରୀ କହିବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଠିକାଦାର ଆଜି ସହକାରୀ ଯନ୍ତ୍ରୀ ଶ୍ରୀମତି ପରିଜାଙ୍କୁ ତାଙ୍କ ସରକାରୀ ବାସଭବନରେ ୮ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now