ଖୋର୍ଦ୍ଧା :- ଜିଲ୍ଲା ରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ରବି ନାରାୟଣ ସେନାପତି ଙ୍କ ସହିତ ଆଲୋଚନା କରିଛନ୍ତି।
ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୭ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୯ ହଜାର ୩୦୩ ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୩ହଜାର ୬ ଶହ ମେଟ୍ରିକ୍ ଟନ୍ ସାର ଆସିଛି। ଏମପିକେ ସାର ୩ ହଜାର ୨ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୫ ହଜାର ୫୪୬ ମେଟ୍ରିକ୍ ଟନ୍ ସାର ଆସିଛି। ଏମ ଓ ପି ସାର ୮ ଶହ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୨ ହଜାର ୯୫ ମେଟ୍ରିକ ଟନ୍ ଆସିଛି। ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆବଶ୍ୟକତା ମୂତାବକ ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାରେ ୩୮ ହୋଲସେଲର ଙ୍କ ମାଧ୍ୟମରେ ୧୯୮ ଜଣ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଲର୍ ଓ ୧୧୨ ଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କୁ ଶୃଙ୍ଖଳିତ ଭାବେ ସାର ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନଙ୍କୁ ସାର ସୁଷମ ବଣ୍ଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଆବଶ୍ୟକତା ଠାରୁ ପର୍ଯ୍ୟାପ୍ତ ପରିମାଣର ସାର ସରକାର ଯୋଗାଇ ଦେଇଥିବା ବେଳେ କିଛି କୁଚକ୍ରୀ ତଥା ଅସାଧୁ ଡିଲର ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ ଚଳାଇ ଥିବା ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସାର ବଣ୍ଟନ ରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା ୩ ଜଣ ଡିଲର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି lଏହି ଆଲୋଚନା ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶିବ ପ୍ରସାଦ ମିଶ୍ର , କେଳୁ ଚରଣ ଜଗଦେବ , ପ୍ରତାପ ଚନ୍ଦ୍ର ମହାପାତ୍ର, ପ୍ରତାପ ପ୍ରଧାନ, ମହେଶ୍ଵର ରାଉତରାୟ, କିଶୋର ମାର୍ଥା, ଅକ୍ଷୟ ଉଦୟ ସିଂହ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now