ଖୋର୍ଦ୍ଧା, (୨୫/୦୮) :- ରାଜ୍ୟ ସରକାର ନିକଟରେ ଘୋଷଣା କରିଥିବା 12ଟି ନୂଆ ଏନଏସିକୁ ନେଇ ସ୍ଥାନେ ସ୍ଥାନେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏନଏସି ବିବାଦଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବ୍ୟାପିଛି ଏନଏସି ନିଆଁ ।


ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ବୋଲଗଡ଼କୁ NAC ମାନ୍ୟତା ଦାବିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇଛି ବିରୋଧୀ ବିଜୁ ଜନତା ଦଳ ।

ଗତ 22 ତାରିଖରେ ବେଗୁନିଆ କୁ NAC ଦାବିରେ ବିଜେଡି ପକ୍ଷରୁ ଛଅ ଘଣ୍ଟିଆ ବେଗୁନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଜି ଅନୁରୂପ ଭାବେ ବୋଲଗଡ଼କୁ NAC ଦାବିରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି । ବନ୍ଦ ପ୍ରଭାବରେ ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ସ୍ୱାଭାବିକ ରହିଛି ।

ଏହି ଆନ୍ଦୋଳନରେ ବୋଲଗଡ ର ନିର୍ବାଚିତ ପ୍ରତିନିଧି, ମିଳିତ କ୍ରିୟାନୁଷ୍ଠାନ କମିଟି, ବଣିକ ସଂଘ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ଯୁବ ଭାଇ ଓ ମା ମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବୋଲଗଡ ବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now