ଟାଙ୍ଗୀ, :- ପୂର୍ବ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ,,, ହେଲେ ନୂତନ ସରକାର ଆସିବା ପରେ ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଗୋଟି NAC ଘୋଷଣା କରିଥିବା ବେଳେ ମାତ୍ର ନୂତନ ଭାବେ ୧୨ ଟି NAC ର ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ୧୨ ଟି NAC ତାଲିକା ରେ ଟାଙ୍ଗୀ ର ନାଁ ନାହିଁ ,,ତେଣୁ ଟାଙ୍ଗୀ ବାସୀଙ୍କ ମନରେ ଏ ନେଇ ନୈରାଶ୍ୟ ଭାବ ଦେଖା ଦେଇଛି, ଏହି ଘଟଣା କୁ ନେଇ ଆଜି ଟାଙ୍ଗୀ କୁ NAC ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଟାଙ୍ଗୀ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବା ପାଈଁ ଏକଜୁଟ ହେଲେ ଲୋକ ।

ଆଉ କିଛି ସମୟ ପରେ ପ୍ରତିବାଦ ଶୋଭାଯାତ୍ରା ରେ ଯାଇ ସ୍ମାରକ ପତ୍ର ପ୍ରଦାନ କରାଯିବ । ବହୂ ସଂଖ୍ୟା ରେ ବିଜେଡି କର୍ମୀ ଓଡ଼ିଆ ନେତା ଙ୍କ ସହ ଟାଙ୍ଗୀ ର ସାଧାରଣ ଜନତା, ବୁଦ୍ଧିଜୀବୀ, ବ୍ୟବସାୟୀ, ଓକିଲ ବନ୍ଧୁ ଓ ଯୁବକ ମାନେ ମା ମାନେ ସାମିଲ ହୋଇ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଯିବେ ଓ ଶାନ୍ତିପୂର୍ଣ ଭାବେ ଟାଙ୍ଗୀ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ବିଜେଡି ନେତା କ୍ୟାପଟେନ ମନ୍ମଥ ରାଉତରାୟ, ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା, ଯୁବକ ସାଥୀ ମା ମାନେ ବହୁ ମାତ୍ରାରେ ସାମିଲ ହୋଇଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now