ଖୋର୍ଦ୍ଧା :- ବେଗୁନିଆ କୁ ଏନ୍ ଏ ସି କରିବା ଦାବିରେ ବେଗୁନିଆ ବିକାଶ ମଞ୍ଚ ତରଫରୁ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଗଣଧାରଣା ଦେଲେ କର୍ମକର୍ତ୍ତା । ବେଗୁନିଆ ସଦରମହକୁମା କୁ ଏନ୍ ଏ ସି କରିବା ପାଇଁ ସରକାରୀ ନିୟମାବଳୀ ଅନୁଯାୟୀ ସମସ୍ତ ଯୋଗ୍ୟତା ପୂରଣ କରିଥିଲେ ମଧ୍ୟ ଅଞ୍ଚାଲବସୀଙ୍କ ଦୀର୍ଘ ଦିନର ଦାବିକୁ ସରକାର ଲୁଚକାଳି ଖେଳ କରିବା ସହ ବେଗୁନିଆ ବାସୀଙ୍କ ପ୍ରତି ଉପେକ୍ଷା କରିଛନ୍ତି ସରକାର ।

ଏହାକୁ ବରଦାସ୍ତ ନକରି ଦାବି ପୁରଣ ପାଇଁ ଧାରଣାରେ ବସିଛି ମଞ୍ଚ । ବିଗତ ବର୍ଷ ମଧ୍ୟ ଧାରଣା ଦେଇଥିଲା ମଞ୍ଚ । ଫଳ ସ୍ୱରୂପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାବି ଥିବା ବେଳେ ମିଳିଲା ୧୦୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ହସ୍ପିଟାଲ ଓ ଏନ୍ ଏ ସି ର ଘୋଷଣା କଲେ ତତ୍କାଳୀନ ସରକାର । ସରକାର ବଦଳିଲା ପରେ ମଧ୍ୟ ପୂର୍ବ ଘୋଷଣା ମୁତାବକ ଜିଲ୍ଲାପାଳ ଙ୍କୁ ରିପୋର୍ଟ ମାଗିଲେ ବିଭାଗ । ତା ପରେ ଏବେ ରାଜ୍ୟସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୧ ଗୋଟି ଏନ୍ ଏ ସି ଘୋଷଣା କରିଥିବା ବେଳେ ମାତ୍ର ବିଡମ୍ବନା ର ବିଷୟ ୧୨ ଟି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ।

ସେଥିରେ ବେଗୁନିଆ ର ନାଆଁ ନାହିଁ ।ସେହି ପ୍ରରିପେକ୍ଷୀ ରେ ବେଗୁନିଆ ଙ୍କୁ ଏନ୍ ଏ ସି ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବେଗୁନିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛି ମଞ୍ଚ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now