ଉନ୍ମୋଚିତ ହେଲା କବିତା ସଂକଳନ
” ଅନ୍ଧାରର ଆଁ ‘

ଭୁବନେଶ୍ୱର :- ବର୍ଷା ପବ୍ଲିକେସନ ଆନୁକୂଲ୍ୟରେ ଭାରତୀୟ ବିଦ୍ୟା ନିକେତନ ଠାରେ ବିଭୂତି ଭୂଷଣ ହୋତା ଯାହାଙ୍କ ଘର ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତ କାଦୁଅ ପଡ଼ା ଗ୍ରାମର ଯୁବ ଲେଖକ କବି ଙ୍କ କବିତା ସଂକଳନ ” ଅନ୍ଧାରର ଆଁ ” ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉନ୍ମୋଚିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଥିଲେ ବରିଷ୍ଠ କଥା ଶିଳ୍ପୀ ଡ଼. ଗୌରହରୀ ଦାସ,ବିଶିଷ୍ଟ କଥା ଶିଳ୍ପୀ ଅଜୟ ସ୍ୱାଇଁ, ଯୁବ ଗାଳ୍ପିକ ଓ ପ୍ରବନ୍ଧିକ ନେତାଜୀ ଅଭିନନ୍ଦନ, ଯୁବ କବି ଓ ପ୍ରବନ୍ଧିକ ଜ୍ଞାନୀ ଦେବାଶିଷ ମିଶ୍ର, ନିର୍ଦ୍ଦେଶକ ବର୍ଷା ପବ୍ଲିକେସନ ବାଦଲ ମହାନ୍ତି ।



ଅତିଥି ମାନେ ଲେଖକ କବି ବିଭୁ ହୋତା ଙ୍କୁ ପ୍ରଂଶସା କରିବା ସହ ତାଙ୍କର ପୁସ୍ତକ ଜହ୍ନପା, ନହକା ଆକାଶ, କାଳଦାସ, ସ୍ଵୟଂ ସୂର୍ଯ୍ୟ, ଆଦି ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ବୋଲି କହିଛନ୍ତି  ଓ ତାଙ୍କର ସାହିତ୍ୟ କ୍ଷେତ୍ର ରେ ଏତାଦୃଶ ସଫଳତା ପାଇଁ   ରାଜ୍ୟ ସ୍ତରୀୟ ଯୁବ ଲେଖକ ସମ୍ମାନ ରେ ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି ସେ ।ଏହି ପୁସ୍ତକ ଟିକୁ ସେ ଉତ୍ସର୍ଗ କରିଛନ୍ତି ବାଘମାରି ର ପ୍ରଖ୍ୟାତ ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କୁ ।ସାହିତ୍ୟ କ୍ଷେତ୍ର ରେ ବିଭୁ ହୋତା ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ କବି, ଲେଖକ , ଶିଳ୍ପୀ ଓ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଂଶସା କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *