୨୮ଲକ୍ଷ ମୂଲ୍ୟ ର ବ୍ରାଉନସୁଗର, ହରିଣସିଙ୍ଘ,ବନ୍ଧୁକ ଜବତ ଓ ୨ଗିରଫ

ଖୋର୍ଦ୍ଧା,୧୬ା୮: ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଟାଙ୍ଗିଆପଡା ନିକଟ ଏକ ଫାର୍ମ ହାଉସ୍ ରେ ପୁଲିସ ଚଢଉ କରି ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨୮୩.୫୦ଗ୍ରାମ ଓଜନ ର ବ୍ରାଉନସୁଗର ଜବତ କରିଛି । ଯାହାର ମୂଳ୍ୟ ପ୍ରାୟ ୨୮ଲକ୍ଷ ହେବ । ସେହିପରି ଉକ୍ତ ଫାର୍ମ ହାଉସ ମଧ୍ୟରୁ ଅଭିଯୁକ୍ତମାନଙ୍କ ଠାରୁ ଏକ ହରିଣ ସିଂଘ, ଜଙ୍ଗଲୀ ବାରହା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଲମ୍ବା ବୋର୍ ରାଇଫଲ୍, ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ବାଇକ୍ ଓ ଜିବନ୍ତ ଗୁଳି ଜବତ କରିଛି । ଗିରଫ ଦ୍ୱୟ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ବାସେଳୀସାହି ର କ୍ଷୀରୋଦ ବେହେରା (୨୩) ଏବଂ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ର ସଂଗ୍ରାମ କେଶରୀ ନାଥ ଓରଫ୍ ବାବୁଲି (୪୮) ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।


  ପ୍ରକାଶ ଥାଉକି, ଟାଙ୍ଗିଆପଡା ନିକଟ ଫାର୍ମ ହାଉସ୍ ରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢଉ କରିଥିଲା । ଏସ୍ପିଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଡିପିଓ ନିହାର ପ୍ରଧାନଙ୍କ ତତ୍ୱାଧାନରେ ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ଗଠିତ ଟିମ୍ ଚଢଉବେଳେ ୨ଜଣଙ୍କୁ ପୁଲିସ ଧରିଥିବାବେଳେ ଅନ୍ୟଜଣେ ଖସିଯାଇଥିଲା । ଫାର୍ମ ହାଉସ ଭିତରେ ଚଢଉବେଳେ ପୁଲିସ ତା ଭିତରୁ ଏକ ହରିଣ ସିଙ୍ଘ ଜବତ କରିବା ସହ ଜଙ୍ଗଲୀ ବାରହା ଉଦ୍ଧାର କରିଥିଲା । ଏ ସମ୍ପର୍କ ରେ ଚନ୍ଦକା ବନ୍ୟଜନ୍ତୁ ବିଭାଗକୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ମାନେ ପୂର୍ବରୁ ବିଭିନ୍ନ ଅପରାଧରେ ଲିପ୍ତ ଅଛନ୍ତି । ଗିରଫ ଦ୍ୱୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାବେଳେ ଫେରାରଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ର ତଲାଶ ଜାରି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିହାର ପ୍ରଧାନ, ସଦରଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *