ଖୋର୍ଦ୍ଧା : – (ଶୁଭ ଖବର) ମେ ମାସ ୨୩ ତାରିଖରେ ଢେଙ୍କାନାଳ ରେ ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନ ଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟଣା ଦାବିରେ ବନବିଭାଗ ର ତିନି ଦଫା ଦାବି ରଖି ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।
ଏହି ଦାବିପତ୍ରରେ ମୃତପ୍ରଧାନ ର ପରିବାରକୁ ୧ କୋଟିର ଅନୁକମ୍ପା ସହ ତାଙ୍କ ପରିବାର ର ଭରଣ ପୋଷଣ , ଫରେଷ୍ଟ କମିଶନ ଗଠନ ଓ ବନବିଭାଗ କର୍ମଚାରୀମାନଙ୍କୁ ପୋଲିସ ଅଧିକାରୀ ଙ୍କ ଭଳି ସାଲେରୀ ଇନ୍ସୁରlନ୍ସ ପ୍ୟାକେଜ ଭଳି ଦାବି ରହିଅଛି।

ଯଦି ସରକାର ୧୫ ତାରିଖ ଭିତରେ ଏ ଦାବି ଗୁଡ଼ିକ ନ ଶୁଣନ୍ତି ତେବେ ଜୁନ ୨୨ ଠାରୁ ସମସ୍ତ ବନ କର୍ମଚାରୀ ସମୂହ ଛୁଟିରେ ଯିବେ ବୋଲି ଆଜି ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now