ଖୋର୍ଦ୍ଧା :- ଜାତୀୟ କୃମି ନାଶକ ଦିବସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବୋତଳମା ତତ୍ତ୍ୱାବଧାନରେ ଆଇ ସି ଡ଼ି ଏସ ସହଯୋଗରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଦେବାଶିଷ ଆଚାର୍ଯ୍ୟ, ଉପ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସ।ରଣ ଅଧିକାରୀ, ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।

ଏଥିରେ ୨୩୬ ଟି ଅଙ୍ଗନୱାଡି କେନ୍ଦ୍ର,୧୪୧ ଟି ସରକାରୀ ବିଦ୍ୟାଳୟ ଓ ୨୬ ଗୋଟି ବେସରକାରୀ ବିଦ୍ୟାଳୟ ଉକ୍ତ କାର୍ଯ୍ୟକ୍ରମ ଟିକୁ ସଫଳ ଭାବେ ସମ୍ପାଦନ କରିଛନ୍ତି । କୃମି ସଂକ୍ରମିତ ହେଲେ ରକ୍ତହୀନତା ଓ ପୃଷ୍ଟି ହୀନତା ଯୋଗୁ ପିଲାମାନେ ଦୁର୍ବଳ ଅନୁଭବ କରିଥାନ୍ତି । ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।ସେଥିପାଇଁ ବର୍ଷକୁ ଦୁଇଥର ଫେବୃଆରୀ ମାସରେ ୧ ରୁ ୧୯ ବର୍ଷର ସମସ୍ତଙ୍କୁ କୃମିନ।ଶକ ବାଟିକା ସେବନ ର ବ୍ୟବସ୍ଥା ସରକାରଙ୍କ ଦ୍ଵାରା କରାଯାଇଛି । ଆଜି ଯେଉଁ ମାନେ ଏଥିରୁ ବଞ୍ଚିତ ଅବା ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ ୧୯ ଅଗଷ୍ଟ ଦିନ ଦିଆଯିବ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now