ଖୋର୍ଦ୍ଧା ୧ ୨/୫ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତ ପ୍ରକ୍ରିୟାକୁ ହଟାଯିବ। ସ୍କିମାଟିକ୍ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ନିୟମିତ କରାଯିବ। ସ୍କୁଲରେ ୨୦୩୬ ସୁଦ୍ଧା ୪୪୦୦୦ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରାଯିବ । ଏପରି ସୁପାରିଶ କରିଥୁଲା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ଏ ନେଇ ଗତ ୨ ତାରିଖରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ଯ ପ୍ରକାଶ ପାଇଥିଲା। ୫ ଦିନ ପରେ ଚିଠିକୁ ପ୍ରତ୍ୟାହାର କରି କରିଛି ବିଭାଗ । ବିଭାଗ ପକ୍ଷରୁ ଓ.ସେ.ପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। କୁହାଯାଇଛି ଉପଯୁକ୍ତ ସ୍ତରରେ ଏହାକୁ ଏ ପର୍ଯ୍ୟନ୍ତ ଅନୁମୋଦନ କରାଯାଇନାହିଁ । ତେଣୁ ଚିଠିକୁ ପ୍ରତ୍ୟାହାର କରାଯାଉଛି । ଚିଠିର ପ୍ରତ୍ଯାହାରକୁ କନିଷ୍ଠ ଶିକ୍ଷକ ସଂଘ ଓ ପ୍ରାଥମିକ ଶିକ୍ଷକ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ଏହି ପରିପ୍ରେକ୍ଷୀରେ ରେ ଆଜି ନିୟମିତ ଶିକ୍ଷକ ଦାବୀରେ କନିଷ୍ଠ ଶିକ୍ଷକ ସଂଘର ଜିଲା ସଭାପତି ଅଶୋକ କୁମାର ସେଠୀ, ଓ ସମ୍ପାଦକ ଦିନେଶ ମହାରଥ୍ ଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରୁ ୨୦୦ ରୁ ଅଧିକ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଯୋଗ୍ୟ ଗତ ଅଗଷ୍ଟ ୨ତାରିଖ ବିଧାନସଭା କମିଟି ତଥା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ ସ୍ତରରୁ ଚୁକ୍ତିପ୍ରଥା ଉଚ୍ଛେଦ ତଥା ନିୟମିତ ନିମନ୍ତେ ପ୍ରସ୍ତାବ ପତ୍ର ପାରିତ ହୋଇଥିଲା । ପ୍ରସ୍ତାବ ପତ୍ରକୁ ପ୍ରତ୍ୟାହୃତ କରିଯାଇଥିବାରୁ କନିଷ୍ଠ ଶିକ୍ଷକ ସଂଘ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି ।

ଏହି ଦାବୀପତ୍ର ତୁରନ୍ତ ସରକାର ଦୃଷ୍ଟିଗୋଚର କରିବା ପରିପ୍ରେକ୍ଷୀରେ କନିଷ୍ଠ ଶିକ୍ଷକ ସଂଘ ଶାଖା ଖୋର୍ଦ୍ଧା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କୁ ଅନୁରୋଧ କରିଛନ୍ତି । ଯଦି ସରକାର ଆଗାମୀ ଦିନରେ ଉକ୍ତ ପ୍ରସ୍ତାବକୁ ଦୃଢ଼ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ କନିଷ୍ଠ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଏହାକୁ ଦୃଢ଼ ସମର୍ଥନ କରିଛି ପ୍ରାଥମିକ ଶିକ୍ଷକ ସଂଘ, ଖୋର୍ଦ୍ଧା । ସରକାର ପୁର୍ନବାର ନିଷ୍ପଭି ନେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ସରକାର ଯଦି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ରାଜ୍ୟ ସାରା ସମସ୍ତ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ସେଥିପାଇଁ ଯାହା କ୍ଷତି ହେବ ସରକାର ଦାୟୀ ରହିବେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯୁଧୁଷ୍ଠିର ସାହୁ, ଜଟଣୀ ବ୍ଲକ ସଭାପତି ଜିତ୍ ରଂଜନ ମହାପାତ୍ର, ଖୋର୍ଦ୍ଧା ବ୍ଲକ ସମ୍ପାଦକ ଅମୀୟ କୁମାର ପରିଡ଼ା, ସହ ସମ୍ପାଦକ ଜ୍ୟୋର୍ତିମୟୀ ନାୟକ, କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ଉପସଭାପତି ନୃସିଂହମଣି ବେହେରା, ଲକ୍ଷ୍ମୀଧର ଭୋଳ, ସତ୍ୟରଂଜନ ବାରିକ, ଜଗମୋହନ ପଟ୍ଟନାୟକ, ସୌମ୍ୟରଞ୍ଜନ ରଥ, ବୀରେନ୍ ରଂଜନ ପାତ୍ର, ସରୋଜ ନାକ୍ରା, ରାଜଶ୍ରୀ ଚାଟର, ଅନନ୍ୟା ହରିଚନ୍ଦନ, ପଦ୍ମାଳୟା ବେହେରା, ତାରିଣୀ ଦେବଦୀପ୍ତି ମହାନ୍ତି, ତଥା ଖୋର୍ଦ୍ଧା ଜିଲ୍ଲାର ଶତାଧୂକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now