ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଓଷ୍ଟାର ୬ ଦଫା ଦାବିପତ୍ର ପ୍ରଦାନ

ବାଣପୁର: – ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି (ଓଷ୍ଟା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ଦାବି ସମ୍ବଳିତ ଦାବିପତ୍ର ବାଣପୁର ବିଇଓଙ୍କୁ ପ୍ରଦାନ କରାଯାଇଛି। ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବାଣପୁର ବ୍ଳକ ସଭାପତି କୈଳାସ ଚନ୍ଦ୍ର ଲାଠିଙ୍କ ନେତୃତ୍ବରେ ସମ୍ପାଦକ ଗତିକୃଷ୍ଣ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶିଶିର କୁମାର ଦାସ, ପିଏମ୍ ଶ୍ରୀ ଭେଟିନାଥ ସରକାରୀ ସ୍କୁଲର ଅଧ୍ୟକ୍ଷ ଗଜେନ୍ଦ୍ର ଜେନା, ଜିଲ୍ଲା ସଦସ୍ୟ ତ୍ରିନାଥ ହୋତା, ସୁପ୍ରଭା ମହାନ୍ତି, ସଞ୍ଜିବ ପାଟ୍ଟଶାଣୀ ଓ ସୁମନ୍ତ ଫତେସଂହ ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇ ଯୋଗ୍ୟ ଶିକ୍ଷାନୁଷ୍ଠାନକୁ ଅନୁଦାନ ପ୍ରଦାନ, ଅବସର ଗ୍ରହଣ ବୟସ ୬୨କୁ ବୃଦ୍ଧି, ଖାଲି ପଡ଼ିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି ଆଦି ୬ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କୁ ପ୍ରଦାନ କରାଯାଇଛି। ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ଵେ କୌଣସି ସୁଫଳ ମିଳୁ ନ ଥ‌ିବାରୁ ଆସନ୍ତା ୧୬ ତାରିଖରେ ରାଜଧାନୀରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଓଷ୍ଟା ପକ୍ଷରୁ କୁହାଯାଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *