ବିଶ୍ଵରଞ୍ଜନ ସ୍ମାରକ ନିଧି ଟ୍ରଷ୍ଟ ପକ୍ଷରୁ  ମାଟ୍ରିକ ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: – ବେଗୁନିଆ   ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ରେ ସମାଜସେବୀ ବିଶ୍ୱ ରଞ୍ଜନ ସ୍ମାରକ ନିଧି  ଟ୍ରଷ୍ଟର ସମ୍ପାଦକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଆବାହକତ୍ବରେ ମେଟ୍ରିକ୍ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି ।



ଏଥିରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ସ୍ଥାନୀୟଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ମୁଖ୍ୟବକ୍ତା,ଅବସରପ୍ରାପ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଚରଣ ବେହେରା, ଜିଲ୍ଲା ଓଷ୍ଟା ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର,ପଞ୍ଚସଖା ଶିକ୍ଷା ସେତୁ ସଭାପତି ଡ. ହରିପ୍ରସାଦ ଦାସ, ବ୍ଲକ ଓଷ୍ଟା ସଭାପତି ଗଣେଶ୍ଵର ମିଶ୍ର,ପରିଚାଳନା କମିଟି ସଭାପତି ଶିବ କୁମାର ମୁନି ଓ ପଞ୍ଚସଖା ଶିକ୍ଷା ସେତୁ ସମ୍ପାଦକ ଦେବାଶିଷ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।

ସଭାର ପ୍ରାରମ୍ଭରେ ସ୍ୱର୍ଗତ ବିଶ୍ବ ରଞ୍ଜନ ଙ୍କ ଆତ୍ମାର ସଡଗତି ନିମିତ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବେଗୁନିଆ ବ୍ଲକର ୩୦ ଟି ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସର୍ବାଧିକ ନମ୍ବର ରଖିଥିବା ୩୦ ବିଦ୍ୟାର୍ଥୀ ଓ ଅବଶିଷ୍ଟ ଏ -୧ ଗ୍ରେଡ ପ୍ରାପ୍ତ ହୋଇଥବା ୪ ଜଣଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରୀତି ଉପହାର ଦେଇ ଅତିଥି ମାନେ  ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଜିତ କୁମାର ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *