ଖୋର୍ଦ୍ଧା : ୦୩/୦୮ -ଶ୍ୟାମା ମାଧବ ବାସନ୍ତୀ ଦେବୀ ମେମୋରିଆଲ ପାଠାଗାର ଖୋର୍ଦ୍ଧା ଠାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଆଲୋଚନା ଚକ୍ର ଶୀର୍ଷକ “ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ” ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରରେ ସର୍ବ ଭାରତୀୟ ଶିକ୍ଷକ ସଂଘ ର କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ଯୋଗ ଦେଇ କହିଥିଲେ କି ପ୍ରାଥମିକ ଶିକ୍ଷକ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କଲେ ଗୁଣାତ୍ମକ ଶିକ୍ଷା ହୋଇପାରିବ ନାହିଁ।ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ନ କରି ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଥିବାରୁ ଏହାର ସଫଳତା ସମ୍ଭବ ନୁହେଁ ବୋଲି ମତପ୍ରକାଶ କରିଥିଲେ। ତେଣୁ ଶିକ୍ଷା ର ବିକାଶ ନିମନ୍ତେ ରାଜନୈତିକ ଇଛାଶକ୍ତିର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି ଆଲୋଚନା ଚକ୍ର ରେ ପୂର୍ବତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥି ଯୋଗ ଦେଇ ଛାତ୍ର, ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାର ବିକାଶ ନିମନ୍ତେ ଏକ ବଡ଼ ପରିବର୍ତ୍ତନ ର ଆବଶ୍ୟକତା ଅଛି। ଯାହା ଦ୍ଵାରା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଆଗକୁ ଯାଇ ପାରିବ ବୋଲି ମତ ଦେଇଥିଲେ। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାର ରେ ଦରମା, ଛ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ମୂଳ ଚାକିରୀରେ ଗଣନା କରିବା ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ଅଲ୍ ଓଷ୍ଟା ର ସାଧାରଣ ସମ୍ପାଦକ ମତ ପ୍ରକାଶ କରିଥିଲେ। ଏହି ଆଲୋଚନା ଚକ୍ର ବ୍ରହ୍ମାନନ୍ଦ ମହାରଣା ସଭାପତିତ୍ବ କରିଥିଲେ। ଓଷ୍ଟା ର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଭିତ୍ତି ପତ୍ର ଉପସ୍ଥାପନ କରିଥଲେ।

ଦ୍ୱିତୀୟ ଅଧିବେଶନରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ରାଜ୍ୟ ନିର୍ବାଚନ କରଯାଇଥିଲା, ଏହି ନିର୍ବାଚନ ପରିଚାଳନା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ କରିଥିଲା। ନିର୍ବାଚନରେ ବ୍ରହ୍ମାନନ୍ଦ ମହାରଣା ରାଜ୍ୟ ସଭାପତି , କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ବେହେରା, ଧରଣୀ ଧର ମଲ୍ଲିକ, ଟୁଲୁ ଦେଈ, ସୁଧାଂଶୁ ମଣ୍ଡଳ, ଶ୍ରୀକାନ୍ତ ବାରିକ ,ଉପସଭାପତି ଭାବେ ଦାମୋଦର ପଣ୍ଡା, ସନ୍ତୋଷ ଦୁବେ, ଚିନ୍ତାମଣି ପାଢ଼ୀ, ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଅଗାଧୁ ସେଠି, ଯୁଗ୍ମ ସମ୍ପାଦକ ଭାବେ, ବିରୁପାକ୍ଷ ସେଠି,ମୁକ୍ତି ରାମ ପାଣିଗ୍ରାହୀ, ଗତିକୃଷ୍ଣ ପ୍ରଧାନ , ବିପିନ ବିହାରୀ ପାତ୍ର, ସଂଗଠନ ସମ୍ପାଦକ ଭାବେ ଆଭାଲିନ ପରିଡା, ଶରତ ସେଠି, ଦେବକାନ୍ତ ମେହେର, କୋଷାଧ୍ୟକ୍ଷ ଭାବେ ଗୋପାଳ କିଶୋର ସେନ୍, ଅଡିଟର ଭାବେ ଜନ୍ମେଜୟ ପରିଡା, ସଞ୍ଜୟ ଦଳେଇ ଓ ପ୍ରଭୋଜିତ୍ ସ୍ବାଇଁ ନିର୍ବାଚିତ ହୋଇଥିଲେ। ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଥିଲା। ଶେଷରେ ଅଭ୍ୟର୍ଥନା କମିଟି ର ସମ୍ପାଦକ ଅଗାଧୁ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now