ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସେବା ନିବୃତ୍ତି ସମ୍ବର୍ଦ୍ଧନା ସଭା

ଖୋର୍ଦ୍ଧା :- ଖୋର୍ଦ୍ଧା ବ୍ଳକ ବଙ୍ଗିଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଡଖଣ୍ଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଟୁନୀ ଦେଇଙ୍କ ବିଦାୟ କାଳୀନ ସମ୍ବର୍ଧନା ସଭା ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଉପ ସଭାପତି ଅଗାଧୁ ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ ସହିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇ ଥିଲେ। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକ ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀ  ସୁରେନ୍ଦ୍ର କୁମାର ମଙ୍ଗରାଜ, ପ୍ରାକ୍ତନ ବି.ଆର.ସି.ସି ଗୁଣନିଧି ମହାପାତ୍ର ଓ ରବିନ୍ଦ୍ର ନାଥ ଶତପଥି  ଟୁନୀ ଦେଈ କିପରି ଜଣେ ଆଦର୍ଶ ଶିକ୍ଷୟତ୍ରୀ ଥିଲେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଶିକ୍ଷକ ନେତା ବଟ କୃଷ୍ଣ ପରିଡ଼ା, ହୃଷୀକେଶ ମିଶ୍ର ଓ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ର ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀଙ୍କ ସମୟନୁବର୍ତ୍ତିତା, ପାଠ୍ୟ ଦାନ ଶୈଳୀ, ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଭାବି କାର୍ଯ୍ୟ ପରିଚାଳନା କରିବା ଗୁଣ ଅତି ଉତ୍ତମ ଥିଲା ବୋଲି ପ୍ରକାଶ କରିଥିଲେ। କ୍ଲଷ୍ଟର ର ସି. ଆର. ସି.ସି. ବାଗେଶ୍ରୀ ମହାପାତ୍ର, ମୁଖ୍ୟ ବକ୍ତା ଗୋପାଳ ଚନ୍ଦ୍ର ତ୍ରିପାଠୀ  ଟୁନୀ ଦେଈ ଙ୍କ ଗୋଷ୍ଠି ସହିତ ସମ୍ପର୍କ, ସହ ବୌଦ୍ଧିକ ଦିଗ ପ୍ରତି ଗୁରୁତ୍ବ, ସହକର୍ମୀ ମାନଙ୍କ ସହିତ ସମ୍ପର୍କ ,ତାଙ୍କୁ ଅତି ଉଚ୍ଚକୁ ନେଇ ପାରିଥିଲା ବୋଲି ବକ୍ତବ୍ୟ ରଖିଥିଲେ। ଗ୍ରାମ୍ୟ କମିଟି ର ମୁଖ୍ୟ ବିପିନ ବିହାରୀ ହରିଚନ୍ଦନ, ବାଙ୍ଗିଦା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସୀତା ପ୍ରସାଦ ସାହୁ, ସରପଞ୍ଚ ଦିଲୀପ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ ପୀତବାସ ବେହେରା, ଶିକ୍ଷକ ନେତା ପ୍ରସନ୍ନ କୁମାର ମହାପାତ୍ର  ଟୁନୀ ଦେଈ ଙ୍କ କାର୍ଯ୍ୟ ଦକ୍ଷତା ଓ ସମୟନୁବତ୍ତିତା ଗୁଣକୁ ପ୍ରଶଂସା କରିଥିଲେ। ଶିକ୍ଷକ ସତ୍ୟାନନ୍ଦ ବେହେରା,ତ୍ରିଲୋଚନ ବେହେରା, ବେଣୁଧର ମହାପାତ୍ର ଉଦବୋଧନ ଦେଇଥିବା ବେଳେ ପ୍ରାରମ୍ଭରୁ ଛାତ୍ର ଛାତ୍ରୀ ମାନେ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ଗୁଣ ଗାନ କରିଥିଲେ। ବିଦାୟୀ ଶିକ୍ଷୟିତ୍ରୀ ନିଜର ୩୮ ବର୍ଷର ଅଭିଜ୍ଞତା ପ୍ରକାଶ କରିଥିଲେ।ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରଯାଇଥିଲା। ସମସ୍ତଙ୍କ ସାହାଯ୍ୟ ସହଯୋଗ ପାଇଁ ବରିଷ୍ଠ ଶିକ୍ଷକ ସତ୍ୟବ୍ରତ ହରିଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *