ଶିଶୁ ମନ୍ଦିରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ


ଖୋର୍ଦ୍ଧା:-  ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ନ୍ୟାୟ(ଯତ୍ନ ଏବଂ ସୁରକ୍ଷା ) ଅଧିନିୟମ ଏବଂ ଶିକ୍ଷା ଅଧିକାର ଆଇନ ସମ୍ବନ୍ଧରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି  ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ଭୋପା, ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ବାଣପୁର ଓକିଲ ସଂଘ ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ଫ୍ରଣ୍ଟ ଅଫିସ ରିଟେନର ଦେବି ପ୍ରସାଦ ସାମନ୍ତରାୟ, ଆଇନଜୀବୀ ସୀତାରାମ ଅଗ୍ରୱାଲ ଏବଂ ଅନ୍ୟ ଓକିଲ ମାନେ ଉପସ୍ଥିତ ଥିଲେ l ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟାଳୟରେ ଚଳିତ ବର୍ଷ ନୂତନ ଭାବେ ଖୋଲିଥିବା ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷ ଏବଂ ହାଇସ୍କୁଲର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବା ସହ ଉପସ୍ଥିତ ଅତିଥିମାନଙ୍କ ଠାରୁ ବହୁ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ l ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଶିଶୁ ନ୍ୟାୟ(ଯତ୍ନ ଏବଂ ସୁରକ୍ଷା ) ଅଧିନିୟମ ଏବଂ ଶିକ୍ଷା ଅଧିକାର ଆଇନ ସମ୍ବନ୍ଧରେ ବୁଝାଇଥିଲେ l ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ଶିଶୁ ଛାତ୍ର ଜୀବନରୁ ଉକ୍ତ ଆଇନକୁ ଅନୁସରଣ କଲେ ଭବିଷ୍ୟତରେ ସେ ଶୃଙ୍ଖଳିତ ନାଗରିକ ହୋଇପାରିବ  l ଅନୁରୂପ ଭାବେ ଶିକ୍ଷା ଅଧିକାର ଆଇନ ଦ୍ୱାରା ପ୍ରତ୍ୟେକ ଶିଶୁଙ୍କୁ ବାଧ୍ୟତାମୂଳକ ଶିକ୍ଷା ଦିଆଯିବାର ଆଇନଗତ ବ୍ୟବସ୍ଥା ଅଛି l ଶିକ୍ଷା ହିଁ ସମାଜର ବିକାଶର ପ୍ରଥମ ସୋପାନ ଏବଂ ଶିକ୍ଷା ଅଧିକାର ଆଇନ ଦ୍ୱାରା କୌଣସି ଶିଶୁ ଶିକ୍ଷାଦାନରୁ ବଞ୍ଚିତ ହେବେନାହିଁ ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ୟାମ ସୁନ୍ଦର ମିଶ୍ର ପରିଚାଳନା କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *