ଖୋର୍ଦ୍ଧା ଜିଲ୍ଲା ଓଷ୍ଟା ର କର୍ମକର୍ତ୍ତା ନିର୍ବାଚନ
ଯୋଗେଶ ସଭାପତି ଓ ସମ୍ପାଦକ ସୁଧାକର

ଖୋର୍ଦ୍ଧା :- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ଖୋରଧା ଜିଲ୍ଲାର ୧୦ମ ସାମ୍ବିଧାନିକ ସମ୍ମିଳନୀ ଦେବରାଜ ବିଦ୍ୟାପୀଠ, ବମିଖାଲ ପରିସରରେ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ୩ବର୍ଷ ପାଇଁ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ଗତ ତିନି ବର୍ଷର ସାଙ୍ଗଠନିକ କାର୍ଯ୍ୟ ଓ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ, ଆଲୋଚନା ପରେ ଏହାକୁ ଗୃହୀତ କରାଯାଇଥିଲା। ଏହିସମ୍ମିଳନୀରେ ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ଵାଳ, ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧକ୍ଷ ଅଶୋକ କୁମାର ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା  ପ୍ରଭାରୀ ମାଣିକେଶ୍ଵର ସ୍ୱାଇଁ, ସମ୍ପାଦକ ରମାକାନ୍ତ ମହାପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଶିକ୍ଷା ପ୍ରଦୀପ ସହ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ମଧୁସୂଦନ ଦେ, ଜିଲ୍ଲା ସଂଘ ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଶିକ୍ଷା ଓ ଶିକ୍ଷକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବା ସରକାର ଦୀର୍ଘ ବର୍ଷ ଧରି ବିନା ବେତନରେ ଶିକ୍ଷା ଦାନ କରୁଥିବା ଶିକ୍ଷକ ମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ସବୁ ସ୍କୁଲକୁ ସରକାରୀ କରଣ କରିବା, ନୂତନ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପେନସନକୁ ଲାଗୁ କରିବା, ସବୁ ବର୍ଗର ଶିକ୍ଷକଙ୍କୁ ପେନସନ ପ୍ରଦାନ କରିବାସହିତ ଅବସର କାଳୀନ ସୁବିଧା ଦେବା, ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଟତା ପ୍ରଦାନ କରିବା, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି କରିବା, ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ କରିବା, ହିନ୍ଦୀ, ସଂସ୍କୃତ ଓ କ୍ରିଡା ଶିକ୍ଷକଙ୍କୁ ଯୋଗ୍ୟତା ଭିତିକ ବେତନ ପ୍ରଦାନ କରିବା, 48 ବର୍ଷରେ ପଦାର୍ପଣ କରିଥିବା ସମସ୍ତ ଶିକ୍ଷକଙ୍କୁ TG ସ୍କେଲ ପ୍ରଦାନ କରିବା । ୭ମ ରୁ ବଞ୍ଚିତ ଶିକ୍ଷକ କର୍ମଚାରୀଙ୍କୁ ୭ମ ବେତନ ପ୍ରଦାନ କରିବା । ଆଣ୍ଟିଡେଟିଙ୍ଗରୁ ବାଦ୍ ପଡିଥିବା ୨ଟି ପିଅନ ଓ ବିଦ୍ୟାଳୟ ଗୁଡିକୁ  ଆଣ୍ଟିଡେଟିଙ୍ଗ କରି ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଓଷ୍ଟା ନେତୃତ୍ୱମାନେ  ବକ୍ତବ୍ୟ ରଖିଥିଲେ।

ଦ୍ଵିତୀୟ ଅଧିବେଶନରେ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ସଭାପତି ଭାବେ ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପଲାଇ, ଉପସଭାପତି ଶ୍ରୀହରି ମାଳି, ରମେଶ ଚନ୍ଦ୍ର ପ୍ରଧାନ, ସ୍ଵର୍ଣ୍ଣପ୍ରଭା ଦେଈ, ତୃତୀୟ ଥର ପାଇଁ ସମ୍ପାଦକ ଭାବେ ସୁଧାକର ମହାପାତ୍ର, ଯୁଗ୍ମ ସମ୍ପାଦକ ଘନଶ୍ୟାମ ସ୍ୱାଇଁ, ରତିକାନ୍ତ କହଲ ସିଂହ, ମାମିନା ବେହେରା,କାର୍ଯ୍ୟକାରୀ କମିଟି ସଦସ୍ୟ ସୁନୀଲ କୁମାର ପଣ୍ଡା, ନିରଞ୍ଜନ ସାହୁ, କିଶୋର କୁମାର ସୁବୁଦ୍ଧି, ସନ୍ତୋଷକୁମାର ସାହୁ, ତ୍ରିନାଥ ହୋତା, ମୃତ୍ୟୁଞ୍ଜୟ ରଥ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଏତଦ୍ ବ୍ୟତୀତ ସନ୍ତୋଷ ଚନ୍ଦ୍ର କର, ଅମ୍ବିକା ପ୍ରସାଦ ପଟ୍ଟନାୟକ, କୈଳାସ ଚନ୍ଦ୍ର ତ୍ରିପାଠୀ, ଡ଼ଃ ଗଣେଶ୍ୱର ସ୍ୱାଇଁ ଓ ଗଣେଶ୍ୱର ମିଶ୍ର ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ଜଣାପଡିଛି। ଓଷ୍ଟା କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ନିର୍ବାଚିତ କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ । ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ତଥା ଓଷ୍ଟା କାର୍ଯ୍ୟକାରୀ ସଦସ୍ୟ ମଧୁସୂଦନ ଦେ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *