ଢେଙ୍କାନାଳ: – ଠକେଇର ଶିକାର ହୋଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଜମି ବିକ୍ରି କରିବାକୁ ଜହି ୨୫ ଲକ୍ଷ ଟଙ୍କା ଠକି ନେଇଛି। ଟଙ୍କା ଫେରାଇବେ ବୋଲି କହି ଭଣ୍ଡାଇ ଚାଲିଲେ । ବିଗତ ୪ ବର୍ଷ ହେଲା ଆଉ ସେହି ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ଧରାଛୁଆଁ ଦେଉନାହାନ୍ତି। ଠକାମିର ଶିକାର ହୋଇ ଶେଷରେ ମନ୍ତ୍ରୀ ଶ୍ରୀ ପାତ୍ର ରବିବାର ଢେଙ୍କାନାଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ । ମନ୍ତ୍ରୀ ନଥିବା ସମୟରେ ଅର୍ଥାତ୍ ୨୦୨୧ ମସିହାରେ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲା । ବଣସିଂହ
ଅଞ୍ଚଳରେ ଭଲ ମୂଲ୍ୟରେ ଜମି ରହିଛି । କିଣିବାକୁ ଚାହୁଁ ଥିଲେ ସେ ସେସବୁ ଜମି ଯୋଗାଡ଼ କରିଦେବ ବୋଲି କହିଥିଲା । ମନ୍ତ୍ରୀ ଶ୍ରୀ ପାତ୍ର କିଣିବାକୁ ରାଜି ହେବାରୁ, ଜମି ମାଲିକମାନଙ୍କୁ ଅଗ୍ରାମ ଦେବାକୁ
ପଡ଼ିବ କହି ୨୫ ଲକ୍ଷ ଟଙ୍କା ରକ୍ତ ବ୍ୟକ୍ତି ଜଣକ ନେଇଯାଇଥିଲା । ଶ୍ରୀ ପାତ୍ର ସମ୍ପୃକ୍ତ ବ୍ୟକ୍ତିକୁ ବିଶ୍ଵାସ କରି ଟଙ୍କା ଦେଇଥିଲେ। ମାତ୍ର ଅନେକ ଦିନ ପର୍ଯ୍ୟନ୍ତ ସେ ଜମି ଯୋଗାଡ଼ କରି ପାରିନଥିଲା । ବିଭିନ୍ନ ବାହାନା
କରି ଦିନ ଗଡ଼ାଇ ଚାଲିଥିଲା। ଶେଷରେ ନିରାଶ ହୋଇ ଶ୍ରୀ ପାତ୍ର ଟଙ୍କା ଫେରସ୍ତ ଦେଇଦେବାକୁ କହିଥିଲେ। ଅଭିଯୁକ୍ତ ୨ଟି ଚେକ୍ ଶ୍ରୀ ପାତ୍ରଙ୍କ ନାମରେ ଦେଇଥିଲା । ତାହା ବ୍ୟାଙ୍କରେ ଜମା କରିବାରୁ ଚେକ୍
ବାଉନ୍ସ ହୋଇଯାଇଥିଲା। ଶ୍ରୀ ପାତ୍ର ରିପେମେଣ୍ଟ ପାଇଁ ନୋଟିସ୍ ପଠାଇଥିଲେ ସୁଧା ସେ ହେଇନଥିଲା। ବାରମ୍ବାର କହିବା ପରେ ୨୦୨୪ ନଭେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ ପାଇଁ ରାଜିନାମ ଦେଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନଫେରାଇ ୨୦୨୫ ଜାନୁଆରୀ ଶେଷସୁଧା ଫେରାଇ ଦେବାକୁ କହିଥିଲା । ଟଙ୍କା ନଦେଇ ଲୁଚକାଳି ଖେଳିଥିଲା। ଆଉ ଧରାଛୁଆଁ ଦେଇନଥିଲା। ମନ୍ତ୍ରୀ ଶ୍ରୀ ପାତ୍ର ବୁଝାବୁଝି କରିବାରୁ ଅଭିଯୁକ୍ତ ପାଖରେ କୌଣସି ଜମି ନାହିଁ । କିମ୍ବା କୌଣସି ମାଲିକଙ୍କ ସହ ଯୋଗାଯୋଗ କରିନଥିବା ଜାଣିବାକୁ ପାଇଥିଲେ।
ସମ୍ପୃକ୍ତ ବ୍ୟକ୍ତି ନାଁରେ ମନ୍ତ୍ରୀ ଶ୍ରୀ ପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ତୁରନ୍ତ ଠକକୁ ଧରିବା ସହ ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି। ଟାଉନ ଥାନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now