ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ସମ୍ମୁଖରେ ବିଜେଡି ର ବିକ୍ଷୋଭ ପ୍ରଦର୍ଶନ



ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀ ନିର୍ଯାତନା ତାଲିକା ଲମ୍ବା

ଡବଲ ଇଞ୍ଜିନ ସରକାରରେ ଡବଲ ଦୁଷ୍କର୍ମ

ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱ: -ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଯୋଗୁଁ ବିଜୁ ଜନତା ଦଳ ତରଫରୁ ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପରେ ବିଜେଡି ତରଫରୁ ଜିଆଇଳିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।


ସ୍ମାରକପତ୍ରରେ, ରାଜ୍ୟରେ ବିଜେପି ସରକାରଙ୍କ ୧୩ ମାସ ଶାସନରେ ନାରୀ ନିର୍ଯାତନା ବିଶେଷକରି ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଆଦି ଘଟଣା ଅହେତୁକ ଭାବେ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ, ଅବିଭକ୍ତ କୋରାପୁଟ ଜିଲ୍ଲା ଏଥରୁ ବାଦ୍ ପଡ଼ିନାହିଁ । ନିକଟରେ କୋରାପୁଟ ଜିଲ୍ଲାରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ବୋଲି ସ୍ମାରକପତ୍ରରେ କୁହାଯାଇଛି । ମାଲକାନଗିରି ଜିଲ୍ଲାରେ ପନ୍ଦର ବର୍ଷର ଜଣେ ଅନୁସୂଚିତ ଜାତିର ନାବାଳିକାକୁ କିଛି ଘଣ୍ଟାର ବ୍ୟବଧାନରେ ଦୁଇ ଦୁଇ ଥର ଦୁଷ୍କର୍ମର ଶିକାର ହେବାକୁ ପଡିଛି । ପ୍ରଥମେ ତାକୁ ଉଠାଇ ନେଇ ୩ ଜଣ ଦୁର୍ବୃର ଗଣଦୁଷ୍କର୍ମ କରିଥିଲେ । ଯେତେବେଳେ, ନାବାଳିକା ସେଇ ଯୌନ ପିଶାଚ ମାନଙ୍କ ଠାରୁ ମୁକ୍ତି ପାଇ ନିଜ ଘରକୁ ଫେରୁଥିବା ସମୟରେ, ଅଧା ରାସ୍ତାରେ ଆଉ ଜଣେ ଟ୍ରକ ଡ୍ରାଇଭର ତାକୁ ଉଠାଇ ନେଇ ଦୁଷ୍କର୍ମ କରିଛି। ଏହି ସରକାରଙ୍କ ସମୟରେ, ଡବଲ ଇଞ୍ଜିନ ସରକାରରେ ଡବଲ ଦୁଷ୍କର୍ମ ଭଳି ଏକ ଅବାଭନୀୟ କାଣ୍ଡ ଘଟିଛି।



ସେହିପରି, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଜଣେ ନସିଂ ଛାତ୍ରୀ ମୁର୍ମୁଷୁ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଭର୍ଜି ହୋଇଛନ୍ତି । ଛାତ୍ରୀ ଜଣଙ୍କ ଜୟପୁର ସହରର ବିଚ୍ ବଜାର ଉପରେ ଜଣେ ଦୁର୍ବୃତ୍ତ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲା । ଏହି ଘଟଣା ଥାନାରେ ଏଫଆଇଆର ଦେବା ପରେ ଥାନା ଅଧିକାରୀଙ୍କ ଦ୍ବାରା ଅଭିଯୁକ୍ତକୁ ଥାନାକୁ ଅଣାଯାଇ କିଛି ପଚରାଉଚରା ପରେ ଛାଡି ଦିଆଯାଇଥିଲା। ଏହାପରେ ଦୁର୍ବୃତ୍ତ ଜଣକ ପୀଡିତା ଛାତ୍ରୀଙ୍କ ଗାଁରେ ପହଞ୍ଚି ତା ସହିତ କୁକର୍ମ କରି ତାର ଭିଡିଓ ଭାଇରଲ କରି ତାକୁ ନିର୍ଯାତନା ଦେଇଛି। ଏହାପରେ, ପୀଡିତାଙ୍କ ଦାଦା ଥାନାରେ ଆଉ ଏକ ଏଫଆଇଆର ଦେଇଛନ୍ତି। ଡବଲ ଇଞ୍ଜିନ ସରକାରରେ ଡବଲ ଏଫଆଇଆର ଦେବାକୁ ପଢୁଛି, କିନ୍ତୁ ନ୍ୟାୟ ମିଳୁନାହିଁ । ପୀଡ଼ିତା ଛାତ୍ରୀ ଜଣକ ନ୍ୟାୟ ନପାଇବାରୁ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।


୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖ ଦିନ ତେନ୍ତୁଳିଖୁଣ୍ଟା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକାର ମୃତଦେହ ଗୋଟିଏ ବୁଦାମୂଳରୁ ପୋଲିସକୁ ମିଳିଥିଲା। ନାବାଳିକା ଜଣକ ପୋଖରୀପାଣି ଯିବା ପାଇଁ ଘରୁ ବାହାରକୁ ଆସି ଆଉ ଫେରିନଥୁଲା। ନାବାଳିକା ଜଣକ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ୨୦୨୫ ମସିହା ମେ’ ୩ ତାରିଖରେ ଆଉ ଜଣେ ଆଠ ବର୍ଷ ବୟସର ନାବାଳିକା ଗୁନେଇପଡା ଏସ୍‌ଟି, ଏସ୍‌ସି ହଷ୍ଟେଲରେ ଜଣେ କର୍ମଚାରୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ହଷ୍ଟେଲ ଅଧିକାରୀ ପୀଡ଼ିତାକୁ ଚିକିତ୍ସିତ କରାଇବା ପରିବର୍ରେ, ତା ଘରକୁ ପଠାଇ ଦେଇଥିଲେ। ସେହିପରି ୨୦୨୫ ମସିହା ଜୁଲାଇ ୨୫ ତାରିଖରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳରେ ଜଣେ ୬ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା। ଏହିଭଳି ଘଟଣାମାନ ଯୋଗୁଁ ଆଜି ଓଡ଼ିଶାର ନାଁ ଭୂଲୁଣ୍ଠିତ ହୋଇଛି, ମାଟିରେ ମିଶିଛି। ରାଜ୍ୟରେ ନାରୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ନାରୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ କୁହାଯାଇଛି ।



ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ରବି ନନ୍ଦ,  ମନୋହର ରନ୍ଧାରୀ,  ପ୍ରଦୀପ ମାଝୀ, ଝିନ ହିକ୍‌କା, ରମେଶ ମାଝୀ,  ଭୃଗୁ ବକ୍ସିପାତ୍ର,  ରଘୁରାମ ପଡାଲ,  ପ୍ରୀତମ ପାଢ଼ୀ, ପଦ୍ମିନୀ ଦିଆନ, ମାନସ ମାଡକାମୀ,  ଜଗନ୍ନାଥ ସାରକା, କୌଶଲ୍ୟା ହିକଳା, ଲଲାଟ ରଞ୍ଜନ ସେଠୀ, ଲକ୍ଷ୍ମୀ ନାୟକ,  ସଦାଶିବ ପ୍ରଧାମୀ,  ଅନୁସୂୟା ମାଝୀ, ଶସ୍ମିତା ମେଳକା, ସମାରୀ ତାଙ୍ଗୁଲୁ, କୁନି ଅଧିକାରୀ, ଦେବାଶିଷ ଖଡଙ୍ଗା,  ସରସ୍ଵତୀ ମାଝୀ,ରାଧା ଭତ୍ରା, ପ୍ରଭୁ ଜାନୀ,  ପ୍ରଫୁଲ୍ଲ ପାଙ୍ଗୀଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିର ବିଜେଡି ନିର୍ବାଚିତ ପ୍ରତିନିଧିମାନେ ସାମିଲ ଥିଲେ ।

<

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *