ଖୋର୍ଦ୍ଧା,୨୪/୭: ବେଗୁନିଆ ଓ ସିକୋ ପ୍ରାଣୀଧନ ଚିକିତ୍ସାଳୟ ଅଧିନରେ ୮ ଗୋଟି ସହାୟକ କେନ୍ଦ୍ର ଓ ୪ ଗୋଟି ଅଣ ଅନୁଦାନ ପ୍ରାପ୍ତ ସହାୟକ କେନ୍ଦ୍ର ରହିଛି । ସେହି ୪ ଗୋଟି ଅଣ ଅନୁଦାନ ପ୍ରାପ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ୨୦୧୯ ମସିହାରେ ପ୍ରାଣୀଧନ ଗଣନା ଅନୁଯାୟୀ ୩୦ ହଜାରରୁ ଉର୍ଦ୍ଧ୍ବ ଗୃହ ପାଳିତ ପଶୁ ରହିଥିବାରୁ ସଦର ମହକୁମା,ସିକୋର ପ୍ରାଣୀଧନ ଚିକିତ୍ସାଳୟର ୫ ଜଣ ଅଧିକାରୀଙ୍କ ପରିବର୍ତ୍ତେ ୩ ଜଣ କାର୍ଯ୍ୟରତ ଥିବା ବେଳେ ବିଗତ ୩ ବର୍ଷରୁ ଉର୍ଦ୍ଧ୍ବ ହେଲା ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ଅପରାଜିତା ସାମନ୍ତରାୟ ଭୁବନେଶ୍ଵରରେ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି। ତେବେ ସାରୁଅ,ବଡ଼ବେରଣା,ବୋତଳମା ଓ ପଙ୍ଗାରସିଂହ ଅଣ ଅନୁଦାନପ୍ରାପ୍ତ ସହାୟକ କେନ୍ଦ୍ର ଅବହେଳିତ ହୋଇ ଦୁର୍ଦ୍ଦିନ ଅବସ୍ଥାରେ ପଡ଼ି ରହିଥିବା ବେଳେ ସୁରକ୍ଷା ପ୍ରାଚୀର, ବିଦ୍ୟୁତ ସଂଯୋଗୀ କରଣ ଓ ଜଳ ଯୋଗାଣ ଆଦି ସୁବିଧା ଉପଲବ୍ଧ ନାହିଁ। ଯାହା କି ରାତ୍ରରେ ମଦ୍ୟପ ଵ୍ୟକ୍ତିମାନେ ଆସର ଜମାଇ ଗଦା ଗଦା ବୋତଲ ଗୁଡ଼ିକ ପଡ଼ି ରହିଥିବାର ଦେଖିବାକୁ ମିଳିଛି।ଏହି କେନ୍ଦ୍ର କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତାନ୍ତର ହୋଇ ନ ଥିବାରୁ କର୍ମଚାରୀ ମାନେ କେବଳ ଅସ୍ଥାୟୀ ଭାବେ କାମ ଚଳାଇ ଆସୁଛନ୍ତି।ବର୍ତ୍ତମାନ ଲାଇଭ ଷ୍ଟକ ଇନିସପେକ୍ଟରଙ୍କ ଆବଶ୍ୟକତା ଦୃଷ୍ଟିରୁ ୮ ଜଣଙ୍କ ଭିତରୁ ୪ ଜଣ କାର୍ଯ୍ୟ କରୁଛନ୍ତି। ତେବେ ଡାଳତୋଳା, ଗୁଡୁମ, ନିଧିପୁର ଓ ଡିଙ୍ଗର ଲାଇଭଷ୍ଟକ ଇନିପେକ୍ଟର ନ ଥିବାରୁ ପ୍ରାଣୀ ଚିକିତ୍ସା ପାଇଁ ଜନ ସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେହିପରି ୧୦ ଜଣ ପରିଚାରକ ଭିତରୁ ୭ ଜଣ ପରିଚାରକ କାର୍ଯ୍ୟ କରୁଛନ୍ତି। ଏଥିରେ ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ମରୁଡି ଯୋଗୁଁ ପଶୁ ଚିକିତ୍ସାରେ ବହୁ ଅସୁବିଧାର ସମ୍ମୁଖିନ ହେବା ସହ ତୁରନ୍ତ ପରିତ୍ୟକ୍ତ ଅବସ୍ଥାରେ ଥିବା ସହାୟକ କେନ୍ଦ୍ରର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରିବାକୁ କଂଗ୍ରେସ ଦଳର ସଂଖ୍ୟା ଲଘୁ ସମ୍ପ୍ରଦାୟର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ମୋହିଉଦ୍ଦିନ ଅହମ୍ମଦ, ବ୍ଲକ ସଭାପତି କାଳନ୍ଦୀ ଚରଣ ମହାପାତ୍ର, ସାମ୍ବାଦିକ ଭଗବାନ ପଣ୍ଡା, ଗଣେଶ୍ୱର ମହାପାତ୍ର, ଶିକ୍ଷାବିତ ଗୌର ଚରଣ ପ୍ରହରାଜ,ସମାଜସେବୀ ଅଜୟ କୁମାର ମହାପାତ୍ର, ସନ୍ତୋଷ କୁମାର ପଣ୍ଡା,ସୂର୍ଯ୍ୟ ନାରାୟଣ ମିଶ୍ର ଓ ପୂର୍ବତନ ସରପଂଚ ନବ କିଶୋର ସ୍ଵାଇଁଙ୍କ ସମେତ ସାଧାରଣରେ ଦାବୀ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now