ଗଞ୍ଜେଇ ଚୋରା ଚାଲାଣ : ୫ ବି ଟେକ ଛାତ୍ର ଗିରଫ ସେମାନେ ଖୋର୍ଦ୍ଧା ଯାଜପୁର ଓ କେନ୍ଦୁଝର ଅଞ୍ଚଳ ର ବୋଲି ସୂଚନା

ଫିରିଙ୍ଗିଆ : – କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଚୋରା ଗଞ୍ଜେଇ ଚାଲାଣ ।  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବାଲିଗୁଡା ରାସ୍ତା ମାଶ୍ରିପଡ଼ା ନିକଟରୁ ଜବତ ହୋଇଛି ଗଞ୍ଜେଇ ।  କନ୍ଧମାଳ ଏସ ପି ଙ୍କ ନିର୍ଦ୍ଦେଶ ରେ ଗଠିତ ସ୍ପେସଲ୍ ଟିମ୍ ଫିରିଙ୍ଗିଆ ଥାନା ପୋଲିସ ଅଭିଯୁକ୍ତ ଙ୍କ ଠାରୁ ଜବତିକରିଛି ୨୭ କିଲୋ ଗଞ୍ଜେଇ ।ଅଭିନବ ଉପାୟରେ ହେଉଥିଲା ଚାଲାଣ । ଅଧିକ ଟଙ୍କା ରୋଜଗାର ନିଶା ରେ ୫ ବି ଟେକ ଛାତ୍ର ଦୁଇଟି କାର ରେ କରୁଥିଲେ ଚାଲାଣ ।ସେମାନେ ଖୋର୍ଦ୍ଧା ଯାଜପୁର ଓ କେନ୍ଦୁଝର ଅଞ୍ଚଳ ର ବୋଲି ସୂଚନା ଦେଇଛି ପୋଲିସ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *