ବେଗୁନିଆ: – ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ଗ୍ରାମ ଉପର ସାହିର ଭୀମସେନ ବେହେରା ଏକ ଆହତ ହୋଇଥିବା ବୁଲା ଷଣ୍ଢକୁ ରଖି ଚିକିତ୍ସା କରୁଛନ୍ତି। ତେବେ ଆବଶ୍ୟକତା ଅନୁଯାଇ ଔଷଧ ବ୍ୟବହାର କରିବାକୁ ପଡୁଥିବାରୁ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏହି ଘଟଣା ସମ୍ପର୍କରେ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼ ପ୍ରୀତିଶ ରଥଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଆସନ୍ତା କାଲି ଯାଇ ଷଣ୍ଢଟିକୁ ଆବଶ୍ୟକୀୟ ଔଷଧ ପତ୍ର ଦେଇ ଚିକିତ୍ସା କରାଯିବ ବୋଲି କହିଛନ୍ତି ।ମାନବିକତା ଦୃଷ୍ଟିକୋଣ ରୁ ଭୀମସେନ ଗୁରୁତ୍ୱ ର ସହ ଷଣ୍ଢ ଟିର ବହୁ ସେବଜତ୍ନ କରୁଛନ୍ତି ଏମିତିକି ମଶା ଉପଦ୍ରବ ରୁ ରକ୍ଷା ପାଇଁ ଷଣ୍ଢ ଟିକୁ ମଶାରୀ ଟାଣି ଥିବା ଦେଖିବାକୁ ମିଳିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now