କଟକ :- ୨୧/୦୭ – ବିଜେପି ସରକାରରେ ବର୍ଷେ ଭିତରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ। ରାଜ୍ୟରେ ନାବାଳିକାକୁ ଧର୍ଷଣ, ନାରୀ ନିର୍ଯାତନା ବଢିଚାଲିଥିଲା ବେଳେ ନିକଟରେ ଗୋପାଳପୁରରେ କଲେଜ ଛାତ୍ରୀକୁ ଗଣଧର୍ଷଣ ଓ ଚଳିତ ସପ୍ତାହରେ ଏଫ୍ଏମ୍ ଛାତ୍ରୀ ଆତ୍ମାହୂତି ଘଟଣା ସରକାରର ଚରମ ଅପାରଗତାକୁ ପଦାରେ ପକାଉଛି। ବଳଙ୍ଗାରେ ଜଣେ ନାବାଳିକା ଛାତ୍ରୀଙ୍କୁ ପୁଣି ଦୁର୍ବୃତ୍ତମାନେ ନଳଙ୍ଗା ଥାନାର ମାତ୍ର ୧ କିମି ଭିତରେ ଜାଳିଦେବା ଘଟଣା ସରଳାରର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଆଣିଛି। ଏହା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।

ବିଜେଡି, ଛାତ୍ରୀ ମୃତ୍ୟୁର ନ୍ୟାୟ ପାଇଁ ବିଚାରବିଭାଗୀୟ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ରଖୁଛି ବିଜେଡ଼ି । ଏଥୁପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କଟକ୍ ଆର୍ଡିସି ଅଫିସ ନିକଟସ୍ଥ ସନ ସାଇନ୍ ପଡିଆ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କଟକ ଆରଡିସି ଅନ୍ତର୍ଗତ ଖୋର୍ଦ୍ଧା, କଟକ, ନୟାଗଡ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ,ପୁରୀ, ଯାଜପୁର , ବାଲେଶ୍ୱର, କେନ୍ଦୁଝର ମୟୂରଭଞ୍ଜ ଆଦି ଜିଲ୍ଲାର ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା I ସାଂସଦ / ପୂର୍ବତନ ସାଂସଦ /ବିଧାୟକ | ପୂର୍ବତନ ବିଧାୟକ । ନିର୍ବାଚନମଣ୍ଡଳୀ ନେତୃତ୍ବ | ମେୟର / ଡେପୁଟି ମେୟର | ଜିଲ୍ଲାପରିଷଦ ଅଧ୍ୟକ୍ଷ/ ଉପାଧ୍ୟକ୍ଷ । ଜିଲ୍ଲା ସଭାପତି I ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ/ ଉପାଧ୍ଯକ୍ଷ । ବ୍ଳକ ଓ ନଗର ନେତୃମଣ୍ଡଳୀ, ଛାମୁଆ ସଂଗଠନର ପ୍ରମୁଖ କର୍ମକର୍ଷା ଏବଂ କର୍ମୀ ମାନେ ଯୋଗଦେଇଛନ୍ତି ।


Subha Khabar is now on Whatsapp
Join and get latest news update delivered to you via whatsapp
Join Now