ଭୁବନେଶ୍ୱର, ୨୦/୦୭: – ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦିଲ୍ଲୀ ଏମ୍ଭରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବଳଙ୍ଗା ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ଵର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସମୂହ ଦୀପଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ଵର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା, ଭୁବନେଶ୍ଵର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ଵର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି, ବରିଷ୍ଠ ନେତା ଶ୍ରୀ ବିଜୟ ନାୟକ, ଗୌତମ ହରିଚନ୍ଦନ, ଶ୍ରୀ ସନ୍ତୋଷ ବେଢା଼, ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଶିବ ନାରାୟଣ କିରଣ, ମହାମାୟା ସାଇଁ, ମାନସୀ ସୁନ୍ଦରାୟ, ଛବି ଦାସ, ଭାରତୀ ସିଂ, ସମିତା ମହାନ୍ତି, ପୁଷ୍ପା ରାଉତ, ପଦ୍ମଳା ପ୍ରିୟଦର୍ଶିନୀ, କେ ଶାନ୍ତି, ଅଶ୍ଳୀନ ସୁନ୍ଦରାୟ, ଦାଶରଥୀ ଗରାବଡୁ, ଦେବାଶିଷ ମହାପାତ୍ର, ରାଜେଶ ପାତ୍ର, ଗୋପାଳ ମାକଡାମ ଓ ଛବି ସାଇଁ ପ୍ରମୁଖ ରହିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now