ବିଦ୍ୟୁତ୍ ଆଘାତରେ ଶ୍ରମିକର ମୃତ୍ୟୁ : ମୃତକଙ୍କୁ ଭେଟିଲେ ବିଧାୟକ

ଖୋର୍ଦ୍ଧା: ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ- ସାରୁଅ ମଧ୍ୟରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି। ଏଥିରେ ବୋଲଗଡ ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମର ରାହୁଲ କୁମାର ସ୍ୱାଇଁ (୪୫) ବିଦ୍ୟୁତ୍ ପ୍ରବାହିତ କଟର ଦ୍ଵାରା କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍ ପ୍ରବାହ ସଂସ୍ପର୍ଶରେ ଆସି ଆଘାତ ପାଇଥିଲେ। ତୁରନ୍ତ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା ଚାଲୁଥିବା ସମୟରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।




ଏହି ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଶବ ବ୍ୟବଚ୍ଛେଦ ଗୃହ ଠାରେ ପହଞ୍ଚି ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପରିବାରକୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ମୃତକଙ୍କ  ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ସମବେଦନା ଜଣାଇଛନ୍ତି। ଏ ନେଇ ବାଘମାରୀ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ଶମ୍ଭୁନାଥ ନାୟକ ସୂଚନା ଦେଇଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *