ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ସଂରକ୍ଷିତ

ବେଗୁନିଆ ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସି

ଖୋର୍ଦ୍ଧା: – ବେଗୁନିଆ ସଦର ମହକୁମା ସ୍ଥିତ  ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଜାଗିରବାଡ ମୌଜାର କମ୍ୟୁନିଟି ସେଣ୍ଟ ନେଇ ରାଜନୀତି ଜୋର ଧରିଛି । ସୂଚନା ଅନୁଯାୟୀ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଜାଗିରବାଡ ମୌଜାରେ କମ୍ୟୁନିଟି ହଲଟି ଯୁବକ ମାନଙ୍କ ପାଇଁ ନିର୍ମାଣ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା । ଏଥିରେ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ରହି ପରିଷ୍କାର ପରିଚ୍ଛନ୍ନ ସହ ବ୍ୟବହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ଏହି ଘଟଣାକୁ ନେଇ ସରପଂଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ପୁଲିସ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ସମାଧାନ କରିବାକୁ ପ୍ରୟାସ କରିବାକୁ ଚେଷ୍ଟା ଜାରି ରଖିଥିଲେ। ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ବିଡ଼ିଓ ସନ୍ତୋଷ କୁମାର ଜେନା ଆସି କମ୍ୟୁନିଟି ହଲର ଚାବି ପକାଇ ଦେଇ ଚାଲି ଯାଇଥିଲେ। ଏପରିକି ଟାଉନ ହଲ ପଛ ପାଖ ଗାଡ଼ି ପାର୍କିଂ ପାଇଁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଉଦ୍ଦିଷ୍ଟ ଥିବା ବେଳେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ  ଅନ୍ୟତ୍ର କରା ନ ଯାଇ କିଭଳି ଭାବେ କାର୍ଯ୍ୟ କରାଯିବ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ସଂରକ୍ଷିତ । ଏବେ କେବଳ ସଭା ସମିତି ରେ ସୀମିତ ରହିଛି ଏହି କ୍ଷେତ୍ର । ଯୋଉ ପରିକଳ୍ପନା ନେଇ ଏହା ହୋଇଛି ଏକାଥରକେ ତିନି ତିନୋଟି କାର୍ଯ୍ୟକ୍ରମ ଏଠାରେ ସମ୍ପନ୍ନ ହୋଇ ପାରିବ । ତେଣୁ ଏହା କୁ ଆଖି ଆଗରେ ରଖି ଏଠାରେ ଯେତିକି ଜାଗା ଅଛି ତାହା ପର୍ଯ୍ୟାପ୍ତ ନୁହେଁ।


ବେଗୁନିଆ ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ  ଏହି ସ୍ଥାନ ପ୍ରଶାସନ ନିରୂପଣ କରିଥିବାରୁ ଜନସାଧାରଣ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ନିହାତି ହେବା ଦରକାର ।ମାତ୍ର ଏହା ସଙ୍କୁଚିତ ଜାଗାରେ ନହୋଇ ଏକ ବିସ୍ତାରିତ ଜାଗାରେ ହେବା ଦରକାର ଯାହାଦ୍ଵାରାକି  ସମସ୍ତେ ଯେମିତି ଜାଣି ପାରିବେ । ବହୁତ୍ ସରକାରୀ ଜାଗା ଅଛି ସଠିକ୍ ଜାଗା ନିରୂପଣ କରି ଏହି କାର୍ଯ୍ୟ କରିବା ପାଇଁ ଜନସାଧାରଣ ରେ ଦାବି ଯୋର ଧରିଛି ।

ପ୍ରଶାସନ ଏହାକୁ ଅନୁଭବ କରି ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଯାହାକି ଲୋକ ଲୋଚନ କୁ ଆସି ପାରିବ ସେମିତି ଚୟନ କରିବା ସହ ସର୍ବସାଧାରଣ କାର୍ଯ୍ୟ ପାଇଁ ନିର୍ମାଣ ହୋଇଥିବା ଟାଉନ ହଲ ର ଜାଗା ସଂରକ୍ଷିତ ରଖିବା ପାଇଁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *