ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କୁ ଖୋରଧା ମନା : ରାଜୀବ ପଟ୍ଟନାୟକ, କଂଗ୍ରେସ ଜିଲ୍ଲା ସଭାପତି

ଅଣ୍ଡା ରେ ଗାଧେଇ ଦିଆଯିବ : କଂଗ୍ରେସ

ଖୋର୍ଦ୍ଧା :  ବିଜେପି ସରକାର ଙ୍କ ନାର। ଥିଲା ବେଟି ପଢ଼ାଓ..ବେଟି ବଢାଓ। କୁଆଡେ ଗଲା ସେ ନାର। । ସାରା ରାଜ୍ୟରେ ନାବାଳିକା ଧର୍ଷଣ, କଲେଜ ରେ ଧର୍ଷଣ, ମେଡିକାଲ ଷ୍ଟାଫ ଙ୍କୁ ଅସଦବ୍ୟବହାର ବଢ଼ି ଚାଲିଛି । ଭଉଣୀ ସୌମାଶ୍ରୀ ନ୍ୟାୟ ପାଇଁ କଲେଜ ଅଧ୍ୟକ୍ଷ, ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଗୁହାରି କରିଥିଲା ନ୍ୟାୟ ପାଇଁ । ସେ ମଧ୍ୟ ଏବିଭିପି ର ସକ୍ରୀୟ ସଦସ୍ୟ ହୋଇଥିବା ସତ୍ତ୍ଵେ ସରକାର, ବିଧାୟକ, ସାଂସଦ, ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଲେ । ଶେଷରେ ଭଉଣୀ ଟି ନିରାଶ ହୋଇ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାମହିମ ରାଷ୍ଟ୍ରପତି ଏମ୍ସ ରେ ପୀଡ଼ିତା ମରିକି ପଡିଥିବାବେଳେ  ଦେଖାହେଲେ ଓ ଗଲା ପରେ ର।ତିଅଧିଆ ଲୁଚେଇ ମୃତ ଶରୀରକୁ ପଠେଇ ଦିଆଗଲା ବୋଲି କହିଛନ୍ତି ।  ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ମଧ୍ୟ କରିଛନ୍ତି କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କୁ ଖୋରଧା ମନା । ଖୋର୍ଦ୍ଧା ଆସିଲେ ତାଙ୍କୁ ଅଣ୍ଡା ରେ ଗାଧେଇ ଦିଆଯିବ ବୋଲି  ଦୃଢ଼ କଣ୍ଠ ରେ କହିଛନ୍ତି ଶ୍ରୀ ପଟ୍ଟନାୟକ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *