ପୋଲିସ ଆକ୍ରମଣ ରେ ଆହତ ହେରେ ବବି ଦାସ …ମେଡିକାଲ ରେ ଭର୍ତ୍ତି

ପୋଲିସ ର ଦବଙ୍ଗ ଲୀଳା

ମେଡିକାଲ ଭେଟିଛନ୍ତି ବିଜେଡି ନେତୃ ମଣ୍ଡଳୀ

ଭୁବନେଶ୍ଵର :- ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି 

।                          ଆହତ ହେଲେ ବବିଦାସ

ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରିବା ପାଇଁ ଅଗ୍ରସର ହେଉଥିବା ବେଳେ ପୋଲିସ ଆକ୍ରମଣ ର ଶିକାର ହୋଇଛନ୍ତି ବିଜେଡି ର ପ୍ରମୁଖ ନେତୃମଣ୍ଡଳୀ ।

ବାବିଙ୍କ ଗୋଡ଼କୁ ଫଲ୍ସ ଫାୟାରିଙ୍ଗ  ହେଇଛି

ଏହି ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ସରକାର ମୁଖ୍ୟ ରାସ୍ତା ଗୁଡ଼ିକୁ ନାକାବନ୍ଦୀ କରି ଧାରଣା ସ୍ଥଳ କୁ ଆସିବାକୁ ବାରନ କରିବା ଦେଖିବାକୁ ମିଳିଥିଲା । ପୋଲିସ ମଧ୍ୟ ଫଲ୍ସ ଫାୟାରିଂ, ପାଣି ମାଡ଼, ଲୁହ ବୁହା ଗ୍ୟାସ୍ ସ୍ପ୍ରେ କରିଥିଲେ । ଯୋଉଥିରେ ଫଲ୍ସ ଫାଇରିଂ ର ଶିକାର ହୋଇଥିଲେ ବିଜେଡି ଉପ ସଭାପତି ବବି ଦାସ। ଭୁବନେଶ୍ଵର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଶ୍ରୀ ଦାସ । ମେଡିକାଲ ରେ ପହଞ୍ଚି ତାଙ୍କୁ ଦେଖା କରିଛନ୍ତି ଦଳ ର ବରିଷ୍ଠ ନେତା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *